ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଦ୍ବାରା ଏକ ଦାଦନ ଶ୍ରମିକ ଚଳାନ ହେଉଥିବା ଗାଡିକୁ ଅଟକ କରିଥିଲେ। ୪୮ ଜଣ ଦାଦନ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି। ସେଥିମଧ୍ୟରୁ ୩୯ ଜଣ ବୟସ୍କ ଦାଦନ ଶ୍ରମିକ ରହିଥିବା ବେଳେ ୯ ଜଣ ଶିଶୁ ରହିଥିବା ଜଣାପଡିଅଛି। ଏହି ଶ୍ରମିକ ମାମେ କନ୍ଧମାଳ ଜିଲ୍ଲାର ଳରମ୍ଭା,ବଲାଙ୍ଗୀର ଜିଲ୍ଲାର ବେଳପଡା ଏବଂ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏବଂ ଜୟପାଟଣା ଅଂଚଳର ବୋଲି ଜଣାପଡିଅଛି। ଦାଦନ ଶ୍ରମିକ ଚଳାନ ନେଇ ନୂତନ ପଦ୍ଧତି ଆରମ୍ଭ ହୋଇଅଛି।ଟୁରିଷ୍ଟ ପ୍ରମିଟ କରି ବସ ଗୁଡିକ ଦାଦନ ଶ୍ରମିକ ସଂଗ୍ରହ କରି ସିଧାସଳଖ ବିଜୟବାଡ଼ା ନେଇ ଛାଡୁଛନ୍ତି। ବର୍ତ୍ତମାନ ସିନାପାଲି ଏବଂ ଖଡ଼ିଆଳ ଅଞ୍ଚଳରୁ ଏଭଳି ଶ୍ରମିକ ମାନେ ଚଳାନ ହେଉଅଛି। ଘଟଣାର ଖବର ପାଇ ଖଡ଼ିଆଳ ପୋଲିସ ଚଢ଼ାଉ କରିଥିଲେ। ଘଟଣାର ତଦନ୍ତ ପରେ ୪୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଶ୍ରମ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ତଦନ୍ତ ପରେ ଶ୍ରମିକଙ୍କୁ ତାଙ୍କ ଘରକୁ ଛାଡିବା ବ୍ୟବସ୍ଥା କରିଥିବା ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.