ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲା ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

0

ଜି ଉଦୟଗିରି (ଶାସକ ପ୍ରଶାସକ) : ପଞ୍ଚାୟତିରାଜ, ପାନୀୟ ଜଳ, ଗୃହନିର୍ମାଣ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ ଜେନା କନ୍ଧମାଳ ଜିଲ୍ଲା ଅଧିନସ୍ଥ ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣିଗାଁ ସମେତ ବିଭିନ୍ନ ଅଞ୍ଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l

ସମ୍ମାନିତ ଅତିଥି ଭାବରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ସ୍ଥାନୀୟ ବିଧାୟକ ତଥା ଜି ଉଦୟଗିରି ବିଧାୟକ ସଲୁଗ। ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ମହୋଦୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ କ୍ଷେତ୍ରରେ ମହିଳା ମାନଙ୍କ ସ୍ଵଛଳତା ଆଣିବା ନିମନ୍ତେ ବିଭିନ୍ନ ପ୍ରୋଜେକ୍ଟ ପାଇଁ ଚେକ ପ୍ରଦାନ କରିଥିଲେ |

ଏଥିସହ ପାନୀୟ ଜଳ ଯୋଗାଣ କାର୍ଯ୍ୟର ତଦାରଖ କରିବା ସହ କନ୍ଧମାଳ ଜିଲ୍ଲା ର ପ୍ରତ୍ୟକ ଘରକୁ କିପରି ପାନୀୟ ଜଳ ଯୋଗାଇଦିଆଯିବ ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l

Leave A Reply

Your email address will not be published.