ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗଡ଼ରାମୁଣ୍ଡା ଗ୍ରାମପଂଚୟତ କାର୍ଯ୍ୟାଳୟ ରେ ଘୋର ଅବ୍ୟବସ୍ଥା। ନୂତନ ରୂପେ ନିର୍ମିତ ହୋଇଅଛି ପଞ୍ଚାୟତ କାର୍ଯ୍ୟାଳୟ। ଏହି କାର୍ଯ୍ୟାଳୟରେ ସଭା ସମିତି ଏବଂ ସରପଞ୍ଚ ଙ୍କ ବୈଠକ ଅନୁଷ୍ଠିତ ହେବାର ବ୍ୟବସ୍ଥା ଥିବା ବେଳେ ଏଠାରେ ପୂର୍ଣ୍ଣ ରୂପେ ବ୍ୟତିକ୍ରମ ଦେଖାଯାଉଅଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବଣ୍ଟନ ହେଉଥିବା ଖାଦ୍ୟ ସମଗ୍ରୀ ଛୀନ ଭିନ ହୋଇ ପଡିରହିଅଛି। କୌଣସି କୋଠରୀରେ ଚାଉଳ ତଳେ ପଡି ଥିବା ବେଳେ ଅନେକ କୋଠରୀରେ ଚାଉଳ ବସ୍ତା ପଡିରହିଅଛି। ସେହିପରି ଅନେକ କୋଠରୀରେ ଖାଲି ବସ୍ତା ପଡିରହିଅଛି। ସରପଞ୍ଚ ସଭା କରିବାକୁ ଗଲା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପୂର୍ଣ ମାତ୍ରାରେ ଅସ୍ବାସ୍ଥ୍ୟକର ପରିବେଶ ଦେଖାଯାଉଅଛି। ଯେଉଁଠାରେ କାର୍ଯ୍ୟାଳୟ ପରିଚାଳନା ହେବା କଥା ସେଠାରେ ଗୋଦାମ ଗୃହ କରି ସମସ୍ତ କାର୍ଯ୍ୟାଳୟ ଅଵସ୍ଥା ଲକ୍ଷରୁ ବହୁ ଦୂରରେ।ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ।
Sign in
Sign in
Recover your password.
A password will be e-mailed to you.
Next Post