କୋରେକ୍ସ ଜବତ, ଜଣେ ଗିରଫ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ଅବକାରୀ ବିଭାଗ ଆଜି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ଠାରୁ ଷାଠିଏ ବୋତଲ କୋରେକ୍ସ ସିରପ ଜବତ କରିଛି।ପ୍ରତି ବୋତଲ ଶହେ ଏମ ଏଲ ବିଶିଷ୍ଟ ।ଖଡ଼ିଆଳ ଓ ସିନାପାଲି ଅବକାରୀ ବିଭାଗ ଆଜି ପାଟ୍ରୋଲିଂ କରୁଥିବା ସମୟରେ ଚିନ୍ଦାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଜଣେ ଯୁବକଙ୍କୁ ସନ୍ଦେହ ଜନକ ଭାବରେ ଠିଆ ହୋଇଥିବା ସହ ଏକ ବ୍ୟାଗ ଧରିଥିବା ଦେଖିଥିଲେ। ଯୁବକଙ୍କ ବ୍ୟାଗ ଯାଞ୍ଚ କରିବାରୁ ୬୦ ବୋତଲ କଫ ସିରପ କୋରେକ୍ସ ଦେଖିବାକୁ ପାଇଥିଲେ।ଉକ୍ତ ଯୁବକଙ୍କ କରୋନା ପରୀକ୍ଷା କରାଯାଇଛି ଓ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଗିରଫ ବ୍ୟକ୍ତି ଜଣକ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଗୋଇମୁଣ୍ଡି ଗାଁର ଜୟଦେବ ମାଝୀ(୨୬) | ଅବକାରୀ ଏସ ଆଇ ଡମ୍ବରୁଧର ହରପାଳଙ୍କ ନେତୃତ୍ୱରେ,ଏସ ଆଇ ଗଦାଧର ମହାରଣା, ଏ ଏସ ଆଇ ସରୋଜ କଟା, ଶିବ ପ୍ରସାଦ ଦୁରିଆ, ରାମଚନ୍ଦ୍ର ଯାନୀ, ଧନରାଜ ଦଣ୍ଡସେନା, ଭଗବାନ ହଂସ ପେଟ୍ରୋଲିଂ ଟିମରେ ସାମିଲ ଥିଲେ।

Leave A Reply

Your email address will not be published.