ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଶପଥ ପାଠ ଅନୁଷ୍ଠିତ

0

ରାୟଗଡରୁ ସରୋଜ କୁମାର ସାହୁ: ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ରାୟଗଡା ଜିଲ୍ଲା କୋର୍ଟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାୟଗଡ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ତିରଞ୍ଜନ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଶପଥ ପାଠ ଉତ୍ସବକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ସଞ୍ଚାଳିତ କରିଥିଲେ l ଏଥିରେ ପରିବାର ଅଦାଲତ ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ପିଏଲଏ ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ଆଡ଼ହକ ଏଡିଜେ ଶ୍ରୀ ଗଣେଶ୍ୱର ପତି, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୁପା ଶତପଥୀ, ରେଜିଷ୍ଟ୍ରାର ଶ୍ରୀମତୀ ପ୍ରତିମା ପାତ୍ର, ସ୍ୱତନ୍ତ୍ର ମହିଳା କୋର୍ଟ ବିଚାରପତି ଶ୍ରୀମତୀ ସୋନାଲ ଶର୍ମା, ଉପଖଣ୍ଡ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁ ଚରଣ ଜେନାମଣି ପ୍ରମୁଖ ଯୋଗ ଦେଇ ଶପଥ ପାଠ କରିଥିଲେ l ସେହିପରି ରାୟଗଡା ଜିଲ୍ଲା କୋର୍ଟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମାନେ ମଧ୍ୟ ଏହି ଅବସରରେ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ କରିଥିଲେ l

Leave A Reply

Your email address will not be published.