ବେଲପଡ଼ା;ପାଞ୍ଚ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଦ୍ମାଳୟା ଜ୍ବେଲର୍ସରୁ ଚୋରି ହୋଇଥିବା ଇତିମଧ୍ୟରେ ବେଲପଡ଼ା ଥାନାରେ ଅଭିଯୋଗ ହୋଇଛି!ପ୍ରକାଶ ଥାଉକି, ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଧୁମାଭଟା ଗାଁର ଆଦିତ୍ୟ କୁମାର ଵୁଡେକ ପିତା ଗୌରାଙ୍ଗ ବୁଡେକ ନିଜ ଦୋକାନ ବନ୍ଦ କରି ନିତୀ ଦିନ ପରି ଘରକୁ ଆସିଥିଲେ। ଓ ଭୋର୍ ସକାଳ ୪ ଟାରେ ବୁଲିବାକୁ ବାହାରି ଥିବା ବେଳେ ନିଜ ଦୋକାନର ସଟର ଖୋଲାଥିବାର ଦେଖିବାକୁ ପାଇଥିଲେ!ଦୋକାନରେ ଥିବା ୫ ଭରି ସୁନା,୮ କେଜି ରୂପା ଓ ୧୦୦୦୦ ଟଙ୍କାକୁ କେହି ଚୋରିକରି ନେଇ ଯାଇଛି!ପରେ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ସଙ୍ଗରେ ନେଇ ବେଲପଡ଼ା ଥାନାରେ ଏତଳା ଦେଇଥିବାର ଜଣାପଡିଛି। ବେଲପଡ଼ା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ଚୋର ମାନଙ୍କର କିଛିବି ଚି଼ହ୍ନ ବର୍ଣ୍ଣ ପତ୍ତା ମିଳିନାହିଁ। ତେବେ ଦେଖିବାକୁ ରହିଲାକି ଯେ, ବେଲପଡ଼ା ପୋଲିସ କେତେ ଶିଘ୍ର ଚୋର ମାନଙ୍କୁ ଧରି ବିଚାର ବିଭାଗୀୟ ହଜାତକୁ ପଠାଇବାରେ ସକ୍ଷମ ହେଉଛି |

Leave A Reply

Your email address will not be published.