ଦୁର୍ନୀତି ନିବାରଣ ସମ୍ପର୍କିତ ବକ୍ତୃତା

0

ବଡ଼ବିଲ (ଶାସକ ପ୍ରଶାସକ):କେନ୍ଦୁଝର ଜିଲ୍ଲା ବଡବିଲସ୍ଥିତ ଜେ ଏମ ଏଫ ସି କୋର୍ଟ ପରିସରରେ ମଙ୍ଗଳବାର ଅପରାହ୍ନରେ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଯୁବ ଆଇନଜୀବୀ ଓ କୋର୍ଟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀତାକୁ ସମିତି କର୍ମଚାରୀ ମାନସ ନାଏକ ପରିଚାଳନା କରିଥିଲାବେଳେ ଅତିଥି ଭାବେ ସମିତି ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପତିତପାବନ ପଣ୍ଡା, ଦ୍ୱିତୀୟ କୋର୍ଟର ମାଜିିଷ୍ଟ୍ରେଟ ସିଦ୍ଧାନ୍ତ ମିଶ୍ର, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ତ୍ରିପାଠୀ ଏବଂ ବିଭୂତିଭୂଷଣ ଷଡଙ୍ଗୀ ଉପସ୍ଥିତ ରହିଥିଲେ । ପ୍ରତିଯୋଗିତାରେ କୋର୍ଟ କର୍ମଚାରୀ ମହାବୀର ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ, ଦ୍ୱିତୀୟ ସ୍ଥାନରେ ବିକାଶ ଗିରି ଏବଂ ଅବିନାଶ ବେହେରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

Leave A Reply

Your email address will not be published.