ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜ ସମ୍ପାଦକ ଗଣେଶ ପୋଡ ପରିଚାଳନା କରିଥିବା ବେଲେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ସମାଜ ସଭାପତି ଲମ୍ୱୋଦର ନିଆଲ ଯୋଗଦାନ କରିଥିବା ବେଲେ ସମ୍ମାନିତ ଅତିଥି ଭାବେ ଚାରିଗଡ ଯାଦବ ସମାଜ ଛତିଶଗଡ଼ କେନୁରାମ ୟାଦବ, ବ୍ଲକ ଯାଦବ ସମାଜ ସଭାପତି ଲିଙ୍ଗରାଜ ଘିଭେଲା, ମମତା ମଞ୍ଚରି ଥପା ସନ୍ତୋଷିନୀ ସଲମା, ହଲଧର ଠେଲା, ହରେରାମ କଠାର, କପିଲେନ୍ଦ୍ର ଭୋଇ, କେଶରୀ ଖର୍ସେଲ, ପରକ୍ଷୀତ ନାଗ, ଅର୍ଜୁନ ନାଗ ମଞ୍ଚାସୀନ ରହୁଥିଲେ।
କାର୍ଯ୍ୟକ୍ରମ ରେ କେପରି ଯାଦବ ସମାଜ ର ଉନ୍ନୟନ ହେବ ସେନେଇ ମଞ୍ଚାସୀନ ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଯାଦବ ସମାଜ ର ଭଗବାନ ବନ୍ଦିଚୋର, ଡାଇମଣ୍ଡ ନିଆଲ, ସମେତ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.