ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବୋଡ଼େନ ସାପ୍ତାହିକ ବଜାର ଠାରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବୋଡେ଼ନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ବଚ୍ଛତା ପ୍ରତ୍ୟେକ ନାଗରିକ ନୈତିକ କର୍ତ୍ତବ୍ୟ ଅଟେ ,ପ୍ଲାଷ୍ଟିକ ସ୍ବଳ୍ପ ବ୍ୟବହାର କରି ତାର ସଂଗ୍ରହ କରି ପୁନଃ ରିସାଇକିଲିଙ୍ଗ କରିବାକୁ ଆହ୍ବାନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଆଶିଷ କୁମାର ଠାକୁର, ଏନ୍ ଏସ୍ ଏସ୍ ର ଜିଲ୍ଲା ପ୍ରୋଗ୍ରାମ ଅଫିସର ସନ୍ତୋଷ କୁମାର ମୁଣ୍ଡ , ବୋଡ଼େନ ଡିଗ୍ରୀ କଲେଜ ଅଧ୍ୟାପକ କିଶୋର କୁମାର କର୍ଣ୍ଣ, ବୋଡେ଼ନ ଅତିରିକ୍ତ ତହସିଲଦାର ଜୟଶନ ଧରୁଆ, ଖୁସବୁ ମେହେର, ବୋଡେ଼ନ ବ୍ଲକ ସାମ୍ବାଦିକ ସଂଘର ସଭାପତି ବିଶିକେଶନ ପଣ୍ଡା, ଜିଲ୍ଲା ପ୍ରେସ କ୍ଲବରୁ ଅଜିତ ପଣ୍ଡା, ପୂର୍ବତନ ରେଞ୍ଜର ପର୍ଶୁରାମ ସେଠି ବୋଡେ଼ନ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ନନ୍ଦକିଶୋର ପାଢ଼ୀ, ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବୋଡେ଼ନ ଡିଗ୍ରୀ କଲେଜ ଏନ୍ ଏସ୍ ଏସ୍ ୟୁନିଟ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହିଥିବାବେଳେ ନେହେରୁଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ , ସେଲ୍ଫ ହେଲ୍ପ ଗ୍ରୁପର ମାଁ ମାନେ ତଥା ନେହେରୁ ଯୁବକେନ୍ଦ୍ର ବୋଡ଼େନ ର ସ୍ବେଚ୍ଛାସେବୀ ଅଞ୍ଜଳି ଶବର ଓ ଈଶ୍ବର ମାଝୀ ଉପସ୍ଥିତ ରହି ବୋଡ଼େନ ସାପ୍ତାହିକ ବଜାରରେ ପଡ଼ିଥିବା ସମସ୍ତ ପ୍ଲାଷ୍ଟିକ ସଫା କରିଥିଲେ ଓ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯକ୍ରମ କୁ ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ପତିଆଲପଡା ଶିବମନ୍ଦିର ଠାରେ ଉଦନ୍ତୀ ନଦୀରେ ବିଜୁ ସେତୁ ନିର୍ମାଣ ସମନ୍ଧେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର
Next Post