ଅଜଣା ରୋଗରେ ପିଡିତ ଗଙ୍ଗାବାଳି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0

୭୦ବର୍ଷ ବୟସର ବାପା ସାଜିଛନ୍ତି ସାହାଭରସା

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ପଞ୍ଚାୟତ କାମପୁର କନକପଡା ର ଗଙ୍ଗାବାଳି ମାଝି (୩୫) ଅଜଣା ରୋଗରେ ପିଡିତ ହୋଇ ଶଯ୍ୟାଶାୟୀ ରେ ମାସ ମାସ ଧରି ପଡି ରହିଛନ୍ତ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଲେ ୭୦ ବର୍ଷ ବୟସର ବାପା ରାଇସିଂ ମାଝି ସାଜିଛନ୍ତି ସାହାଭରସା। ରୋଗିଣା ଗଙ୍ଗାବାଳି କୁ ୧୦ ବର୍ଷ ତଲେ ବାପା ରାଇସିଂ ଖଡିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଉପରପିଟା ଗ୍ରାମର କୃଷ୍ଣ ମାଝି (୪୦) ଙ୍କୁ ବିବାହ ଦେଇଥିଲେ। ତାଙ୍କ ଗୋଟିଏ ଝିଅ ଆରତୀ ମାଝି (୯) ଓ ଗୋଟିଏ ପୁଅ ସଚିନ କୁମାର ମାଝି (୪) ଅଛନ୍ତି। ଜମିବାଡି ନଥିବା ବେଲେ କୁଲିମଜୁରୀ ତଥା ଦେଶବିଦେଶ ଯାଇ ଘରର ଭରଣପୋଷଣ କରି ଚଲିଆସୁଥିଲେ। ହେଲେ ଗଙ୍ଗାବାଳି ରୋଗରେ ଆକ୍ରାନ୍ତ ହେଲା ଦିନଠାରୁ ସ୍ୱାମୀ କୁଆଡେ କାମଧନ୍ଦା ଯାଇ ପାରୁନଥିବା ବେଲେ ପରିବାର ଚଲିବା କଷ୍ଟକର ହୋଇ ପଡିଛି। ଏମିତି ବେଲେ ବାପା ସାହାଭରସା ସାଜିଥିବା ପିଡିତା ପ୍ରକାଶ କରିଛନ୍ତି। ସୁଚନାଯୋଗ୍ୟଯେ ଆଜିକୁ ୬ମାସରୁ ଉର୍ଦ୍ଧ୍ବ ହେବ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ରେ ପଡିରହିଥିବା ବେଲେ ପରିବାର ଲୋକ ଖଡିଆଳ ଠୁ ଆରମ୍ଭ କରି ବୁର୍ଲା ହସପିଟାଲ ପର୍ୟ୍ଯନ୍ତ ଧାର କରଜ କରି ଚିକିତ୍ସା ପାଇଁ ନେଇଥିବା ବେଲେ କୌଣସି ସୁଫଳ ମିଲିନାହିଁ।  ୨୪ ଘଣ୍ଟା ବିଛଣା ରେ ପଡିରହିଥିବା ବେଲେ ମୁତ୍ରାଶୟ ନଲି ଲଗା ଯାଇଛି। ଫଲରେ ନଲିରେ ପରିସ୍ରା କରୁଥିବା ବେଲେ ଝାଡାପରିସ୍ରା ପାଇଁ ସ୍ୱାମୀ ଟେକୀକି ନେବାକୁ ପଡୁଛି। ହେଲେ ଝାଡାପରିସ୍ରା ସମୟରେ ମଧ୍ଯ ଧରି ରହିବାକୁ ପଡୁଛି। ଏହି ପରିସ୍ରା ନଲିଟିକୁ ୨୧ଦିନରେ ଥର ବଦଲାଉ ଥିବାବେଳେ ବହୁ କଷ୍ଟ ରେ ଜୀବନଯାପନ କରୁଥିବା ସ୍ୱାମୀ କହିଛନ୍ତି। ପୀଡିତା ଙ୍କ ଅଣ୍ଟା ଉଠୁନଥିବା ବେଲେ  ଛାତି ଓ ପଛପଟ ଭିଷଣ ଦରଦ ହେବାରେ ଲାଗିଛି। ନିଜ ରୋଗ କଷ୍ଟ କୁ ନେଇ ସରକାର ତଥା ପ୍ରସାଶନ ପାଖରେ ଚିକିତ୍ସା ପାଇଁ ଲୁହଭରା ଆଖିରେ କାନ୍ଦିକାନ୍ଦି ସାହାଯ୍ୟପାଇଁ  ମୁହରୁ ପ୍ରକାଶ  କରୁଛନ୍ତି।  ସରକାର ଏମିତି ବେଲେ ସାହାଯ୍ୟ ନକଲେ ମୁଁ ଆଉ କିଛିଦିନ ପରେ ମରିଯିବି ବୋଲି ଦୁଃଖ କରୁଥିବା ବେଳେ ଛୁଆପିଲା ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି ବୋଲି ସ୍ୱାମୀ କହିଛନ୍ତି । ଏନେଇ ବୋଡେ଼ନ ସରକାରୀ ହସ୍ପିଟାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଯୋଗାଯୋଗ କରାଯିବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ଜଣାପଡିଛି ।

Leave A Reply

Your email address will not be published.