ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା: ବଲାଙ୍ଗିର ଏସ୍ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ୍

0

ବଲାଙ୍ଗିର: ବଲାଙ୍ଗିରର ଏକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବଲାଙ୍ଗିର ଏସ୍ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ୍ କରିଛନ୍ତି। ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NCPCR।  ଚିଠିରେ ଉଲ୍ଲେଖ ରହିଛି ଯେ, ଆମ ନଜରକୁ ଅଣାଯାଇଛି, ସ୍କୁଲର ସ୍ୱତନ୍ତ୍ର ରୁମ୍‌ରେ ଯୌନ ନିର୍ଯାତନା ଦିଆଯାଉଥିଲା।ପରୀକ୍ଷାରେ ଭଲ ମାର୍କ ଦେବାକୁ କହି ଗୋବିନ୍ଦ ସାହୁ ନିର୍ଯାତନା ଦେଉଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ନିୟମିତ ସ୍କୁଲକୁ ଯାଉଥିଲେ। ପୋକ୍ସୋ ଆଇନରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ। ଏଥିସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଓଡ଼ିଶା ଡିଜିପି ଅଭୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ।ପ୍ରକାଶଥାଉକି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍‌ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା। ଏବେ ଏହି ଘଟଣା ଉପରୁ ପର୍ଦ୍ଦା ହଟିବା ପରେ ପୁଲିସ ଗୋବିନ୍ଦଙ୍କୁ ଗିରଫ କରିଛି। ଏବେ ଗୋବିନ୍ଦକୁ ରିମାଣ୍ଡରେ ଆଣି ପୁଲିସ ପଚରାଉତରା କରୁଛି।

Leave A Reply

Your email address will not be published.