ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଉଲ୍ଲେଖନୀୟ ସଂଚୟ ହାସଲ

0

 

 

ରାଉରକେଲା/ ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁ ନଷ୍ଟହୋଇ ପଡିରହିଥିବା ଏକ ଟ୍ରେଲର୍‍ ବଡିକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଛି । ସୂଚନାଯୋଗ୍ୟ ଯେ, ଉକ୍ତ ଟ୍ରେଲର୍‍ର ହୁଇଲ ଏକ୍‍ସେଲ୍‍ ଘୂର୍ଣ୍ଣନ ବ୍ୟବସ୍ଥା ସଂପୂର୍ଣ୍ଣ ଅକାମୀ ହୋଇଯାଇଥିଲା ଏବଂ ଏହାର ଓରିଜିନାଲ ଇଂଜିନ ହେଡ୍‍ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ରହିଥିଲା ।

ଉକ୍ତ ବିଭାଗର କର୍ମଚାରୀମାନେ ଏହି ଆହ୍ୱାନମୂଳକ କାର୍ଯ୍ୟକୁ ହାତକୁ ନେଇ ସଫଳତାର ସହ ସୁରକ୍ଷିତ ଭାବେ ଏହାର ଢାଞ୍ଚାକୁ ବଦଳାଇବା ସହ ଇଂଜିନ ହେଡ୍‍ ସମେତ ହୁଇଲ ଏକ୍‍ସେଲ୍‍କୁ ସଂପୂର୍ଣ୍ଣ ଭାବେ ଅପସାରଣ କରି ଏଥିରେ ଅନ୍ୟ ହୁଇଲ ଏକ୍‍ସେଲ୍‍ର ସ୍ଥାପନା କରିଥିଲେ । ଏହାଫଳରେ ଟ୍ରେଲର କ୍ଷମତା ୪୦ ଟନ୍‍କୁ ବୃଦ୍ଧିପାଇବା ସହ ଏହାର ଲମ୍ୱ ପ୍ରାୟ ୧୪୦୦ ମିଲିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଏଥିଯୋଗୁଁ ବଡଧରଣର କାର୍ଯ୍ୟ ମଧ୍ୟ ଉକ୍ତ ଟ୍ରେଲର ଦ୍ୱାରା ସହଜରେ ସଂପାଦନ ହୋଇପାରିବ । ନିଜସ୍ୱ ସମ୍ୱଳରେ ଏହି ଟ୍ରେଲର୍‍ର ନବୀକରଣ କରି ଏହାର ଉପଲବ୍ଧତା ଫଳରେ କମ୍ପାନୀ ୧୦ ଲକ୍ଷ ଟଂକା ସଂଚୟ ହୋଇପାରିଛି । ଉକ୍ତ ପ୍ରୟାସ ନିମନ୍ତେ ସହାୟତା କରିଥିଲେ ବିଭାଗର ଡେପୁଟି ମ୍ୟାନେଜର  ଆର୍‍.କେ.ମିଶ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ପି.କେ.ତ୍ରିପାଠୀ ଏବଂ ସିନିୟର ଟେକ୍ନିସିୟାନ  ଏନ.ମହାପାତ୍ର ଏବଂ  ଏସ୍‍.କେ.ଶତପଥୀ ।

Leave A Reply

Your email address will not be published.