ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ – ସ୍ଥାନୀୟ କରଣ ସାହିସ୍ଥିତ ବିଜୟ ବ୍ୟାୟାମଶାଳା ଠାରେ ସମଲେଇ ନୃତ୍ୟକଳା ପରିଷଦର ୧୨ତମ ବାର୍ଷିକୋତ୍ସବ ଓ ଭୋଟଘାଟ ପର୍ବ ପାଳନ ପାଇଁ ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ଆସନ୍ତା ନଭେମ୍ୱର ୫ ତାରିଖରେ ଭୋଟଘାଟ ପର୍ବ ପାଳନ କରାଯିବ । ଏହି ପରିପକ୍ଷେ ପୌରପରିଷଦର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ଓ ଏକକ ଅଭିନୟ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧି ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅକ୍ଟୋବର ୨୯ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ରାମଚନ୍ଦ୍ର ପାଢୀ, ରଘୁନାଥ ପାତ୍ର, ଆଦର୍ଶ ଦାଶ, ମନୋଜ ପାଢୀ ହରିହର ପଟ୍ଟନାୟକ, ଡି ମୋହନରାଓ, ବିଚିତ୍ରାନନ୍ଦ ବେବର୍ତ୍ତା,ପ୍ରମୋଦ ପଟ୍ଟନାୟକ, ହର ତ୍ରିପାଠି, ଦେବେନ୍ଦ୍ର ଦାଶ ସୁଧାର ରଞ୍ଜନ ପଟ୍ଟନାୟକ, ମାତଙ୍ଗିନି ଗୁରୁ, ବିଶ୍ୱନାଥ ପଟ୍ଟନାୟକ, ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।