ଫିଉଚର କାଲାମ୍ସ ବୁକ୍ ଅଫ୍ ରିକାର୍ଡସ ଓ ଦ ୟୁନିଭେରସେଲ ତାମିଲ ୟୁନିଭରସିଟି ପକ୍ଷରୁ ସାମାଜିକ ସେବା ପାଇଁ ଡକ୍ଟରେଟ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଫିଉଚର କାଲାମ୍ସ ବୁକ୍ ଅଫ୍ ରିକାର୍ଡସ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ଡଃ.ଏପିଜେ ଅବଦୁଲ କଲାମଙ୍କ ଜନ୍ମ ଅବସରରେ ପୂର୍ବ ଦିନ ୧୪.୧୦.୨୦୨୧ ରେ ତାମିଲନାଡୁର ମଦୁରାଇ ସହରର ପପି ହୋଟେଲରେ ଅନୁଷ୍ଠିତ ହୋଇଥିଲା।
ଉକ୍ତ ସମାରହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା। ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଦୁଇ ଜଣ ବ୍ୟକ୍ତିଙ୍କୁ ସାମାଜିକ ସେବା ପାଇଁ ଡକ୍ଟରେଟ ଉପାଧି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀ ଆଲୋକ କୁମାର ବୋଷ, (ରାଜ୍ୟ ସଭାପତି, ଅନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ) , ଓଡ଼ିଶା ଓ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରର ଶ୍ରୀ ବୋମାଲି କାନ୍ତାରାଓ , (ରାଷ୍ଟ୍ରୀୟ ଅଧ୍ୟକ୍ଷ , ନବ ଭାରତ ନିର୍ମାଣ ସେବା ପାର୍ଟି) ଭାରତଙ୍କୁ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁର ଚାନ୍ସଲେର ଡଃ .ଏମ୍. ପାଣ୍ଡିଆ ରାଜନ , କାମରାଜୁ ୟୁନଭେରସିଟି, ମଦୁରାଇର ଅଧ୍ୟକ୍ଷ ଡ଼ଃ ଆର୍. ସୋଲାଇମଲାଇ ଏବଂ ମୂଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ , ଜିଲ୍ଲା ଜର୍ଜ ଚେନ୍ନାଇ , ଏପିଜେ ଅବଦୁଲ କଲାମ ଅନ୍ତର୍ଜାତୀୟ ଫାଉଣ୍ଡେସନର ଅଧ୍ୟକ୍ଷ ଏପିଜେ ଏମ୍. ଜେ ସେଖ୍ ସଲିମ ଓ ଡଃ ବାବୁ ବାଲକ୍ରିଷ୍ଣା , ଅଧ୍ୟକ୍ଷ ୟୁନଭେରସଲ୍ ଏଚିଭେରସ୍ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ଗଜପତି ଜିଲ୍ଲାର ଶ୍ରୀ ଆଲୋକ କୁମାର ବୋଷ ଓ ରାୟଗଡ଼ା ଜିଲ୍ଲାର ଶ୍ରୀ ବୋମାଲି କାନ୍ତାରାଓ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ତତ୍ ସଂଗେ ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୧ ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଡକ୍ଟରେଟ ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ଏବଂ ଡକ୍ଟରେଟ ଉପାଧି ପ୍ରଦାନରେ ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଗଜପତିର ଅନେକ ହିତାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.