ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବଲି କମିଟିର ଏକ ସମ୍ପ୍ରସାରଣ ବୈଠକ ବରିଷ୍ଠ ଉପସଭାପତି ଶ୍ରୀ ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା । ମୂଖ୍ୟ ସଂଯୋଜକ ଡକ୍ଟର ମାନଭଞ୍ଜନ ପ୍ରଧାନ, ସଂପାଦକ ଡକ୍ଟର ବିରଞ୍ଚି ସାହୁ, କୋଷାଧ୍ୟକ୍ଷ ଶ୍ରୀ ସଦାନନ୍ଦ ପୁରୋହିତ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ରାଜେଶ ଖମାରୀ ମଂଚାସୀନ ଥିଲେ ।୧୮୫୮ ରୁ ୨୦୧୭ ଯାଏ ପ୍ରତ୍ୟେକ ବ୍ୟାଚରୁ ବହୁ ଛାତ୍ର ଛାତ୍ରୀ ବୈଠକରେ ଯୋଗଦେଇ ଡିସେମ୍ବର ମାସରେ ହେବାକୁ ଥିବା ଜୁବଲି ସମାରୋହ ନିମିତ୍ତ ସହଯୋଗ ରାଶି ସଂଗ୍ରହ ଉପରେ ଆଲୋଚନା କରିଥିଲେ । ତେରଗୋଟି ବେଚର ଛାତ୍ର ପ୍ରତିନିଧି ମାନଙ୍କ ଦ୍ବାରା ଆଂଶିକ ଭାବରେ ସଂଗ୍ରୁହିତ ୨୦୧୩୦୦ ଟଙ୍କା କୋଷାଧ୍ୟକ୍ଷ ଙ୍କ ନିକଟରେ ଜମା କରିଥିଲେ । ଅନ୍ୟ ବ୍ୟାଚର ଛାତ୍ର ପ୍ରତିନିଧି ମାନେ ରାଶି ସଂଗ୍ରହ ରେ ଲାଗଥିବା ଓ ଅତିଶିଘ୍ର ଜମା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ କରିବା ପାଇଁ ଶ୍ରୀ ବରିହା ଗୁରୁତ୍ବ ପ୍ରଦାନ କରିଥିଲେ । ଜୁବଲି ସମାରୋହର ପ୍ରଥମ ଦିନରେ ଉନ୍ମୋଚିତ ହେବାକୁଥିବା ସ୍ମରଣିକା ପାଇଁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଲେଖା ପଠାଇବାକୁ ସ୍ମରଣିକା କମିଟିର ଆବାହକ ଡକ୍ଟର ପ୍ରଧାନ ନିବେଦନ କରିଥିବାବେଳେ ସମ୍ପାଦକ ଡକ୍ଟର ସାହୁ ସମସ୍ତଙ୍କୁ ଆଲୁମନି ଭାବେ ପଞ୍ଜିକରଣ କରିବାକୁ ଅନୁରୋଧ କରିଥିଲେ । ସହଯୋଗ ରାଶି ଜମା କରିବାକୁ ପରବର୍ତ୍ତୀ ବୈଠକ ଅକ୍ଟୋବର ୩୧ ରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା । ୧୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ପ୍ଲାଟିନମ ଜୁବଲି ତୋରଣର ଅଗ୍ରଗତିରେ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post