ଖେଳ ଓ କ୍ରୀଡା ସଂଘ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ, କରଙ୍ଗାମାଲକୁ ହରାଇ କଣ୍ଟାବାଞ୍ଜି ଚମ୍ପିୟାନ

0 2

 ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ହାଇସ୍କୁଲ ପଡିଆ ଖେଳ ଓ କ୍ରୀଡା ସଂଘ ପକ୍ଷରୁ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ଫାଇନାଲ ମ୍ୟାଚ  କଣ୍ଟାବାଞ୍ଜି ଓ କରଂଗାମାଲ ଦଳ ମଧ୍ଯ ରେ ସଂଘର୍ଷପୂର୍ଣ୍ଣ ମ୍ୟାଚହୋଇଥିଲା।  ଶେଷ ସମୟରେ କଣ୍ଟାବାଞ୍ଜି ଦଳ କରଂଗାମାଲ ଦଳ କୁ ୧ ଗୋଲ ଦେଇ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲା , ଫାଇନାଲ ମ୍ୟାଚ ରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ଯ ଉଜ୍ଜ୍ବଳ କୁମାର ଗୁପ୍ତା, ସମ୍ମାନିତ ଅଥିତି ଭାବରେ ଭୋଜପୁର ସରପଞ୍ଚ ଯଶୋବନ୍ତୀ ଗହିର , ନୁଆପଡା ଜିଲ୍ଲା ମହିଳା ଯାଦବ ସମାଜ ର ସଭାନେତ୍ରୀ ମମତା ମଞରୀ ଥପା, ରାଜୁ ଛାବଡା, ଖେଳ ପରିଚାଳନା କରିଥିଲେ ତାପସ ପତି ଆଜିକାର ଫାଇନାଲ ଖେଲ ଦେଖିବାକୁ ଆଖ ପାଖ ଅନ୍ଚଳରୁ ୧୦ହଜାର ରୁ ଉର୍ଦ୍ଧ୍ବ  ଦର୍ଶକ ଙ୍କ ସମାଗମ ହୋଇଥିଲା। ଖେଳ ଶେଷରେ ଦୁଇ ଦଳ କୁ ଅତିଥି ମାନେ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ, କୁଞବିହାରି କଟା, ଘଣ୍ଟେଶ୍ଵର ଭୋଇ, ବ୍ରୁନ୍ଦା ଗହିର, ଅମିତ କୁମାର ଟାଣ୍ଡି, ମୋତିରାମ ଭୋଇ, ଇନ୍ଦ୍ର ଭୋଇ ଓ କମିଟିର ଅନ୍ୟାନ୍ୟ ସଦସ୍ଯ ମାନେ ସହଯୋଗ କରିଥିଲେ। 

Leave A Reply

Your email address will not be published.