ଭୁବନେଶ୍ୱର,: “ଆମେ ଆଶା କରିଥିଲୁ ବିଜେପି ନେତା ଶ୍ରୀ ପ୍ରଦୀପ ପୁରୋହିତ ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀରେ କୃଷକଙ୍କ ସ୍ୱାର୍ଥ ସପକ୍ଷରେ କହିବେ ଯାହା ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ହେଲେ ଏହା ବଦଳରେ ସେ ଶସ୍ତା ରାଜନୀତି କରିବା ସହିତ ଲକ୍ଷ ଲକ୍ଷ କୃଷକ ଏବଂ ସେମାନଙ୍କ ପରିବାରକୁ ପ୍ରଭାବିତ କରୁଥିବା ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବାକୁ ଚେଷ୍ଟା କରିଛନ୍ତି”ବୋଲି ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ବାବୁ କହିଛନ୍ତି ଯେ କୃଷକମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ପରିବର୍ତ୍ତେ କେନ୍ଦ୍ରରେ ତାଙ୍କ ଦଳ ପରିଚାଳିତ ସରକାର ଓଡିଶାରୁ କିଭଳି ନିୟମିତ ଭାବେ ଉଷୁନା ଚାଉଳ ଉଠାଇବେ ସେହି ଦାବି କରିବା ଉଚିତ୍ ଯାହା ରାଜ୍ୟର କୃଷକମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିପାରିବ ।
ଓଡ଼ିଶା ବିଧାନସଭାର ଜଣେ ବିଧାୟକ ଭାବରେ ସେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ଆସିଥିବା ସଂକଳ୍ପକୁ ସମର୍ଥନ କରିଥିବାବେଳେ ଆଜି କିନ୍ତୁ ଚୁପ୍ ଅଛନ୍ତି । କୃଷକମାନଙ୍କ ସହାୟତା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣ ବୃଦ୍ଧି କରିବା ସହିତ ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ସେ ଦାବି କରିବା ଉଚିତ୍ ।
ସେ କେବଳ କୃଷକ ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ତାଙ୍କର କୃଷକ ବିରୋଧୀ ମାନସିକତା ଆଜି ଓଡିଶାର କୃଷକଙ୍କ ସମ୍ମୁଖରେ ଧରା ପଡିଯାଇଛି । ଆମେ ସବୁବେଳେ କହିଆସୁଛୁ ଏବଂ ଏହା ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି ଯେ ଜାତୀୟ ଦଳର ଓଡିଶା ନେତାମାନେ ଦିଲ୍ଲୀରେ ସେମାନଙ୍କ ଦଳ ପରିଚାଳିତ ସରକାର ନିକଟରେ ଓଡିଶାର ଲୋକଙ୍କ ପାଇଁ ସ୍ୱର ଉତ୍ତୋଳନ କରନ୍ତି ନାହିଁ ବୋଲି ଶ୍ରୀ ବାବୁ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.