ପଦ୍ମପୁର(ଶାସକ ପ୍ରଶାସକ)-ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫ ରୁ ସାରା ଦେଶରେ ପାଳନ କର ଯାଉଅଛି। ସ୍ୱଚ୍ଛ ଭାରତ ଅଭିଯାନ ର କ୍ୟାଲେଣ୍ଡର ଅନୁସାରେ ଆଜି ଗାଇସିଲେଟ ଥାନାର ଆଇ.ଆଇ.ସି ସୁଷମା କୁଅଁର, ଗାଇସିଲେଟ ଥାନାର ସମସ୍ତ କର୍ମଚାରୀ,ନେହେରୁ ଯୁବ କେନ୍ଦ୍ର ବରଗଡ଼ ର ଯୁବ ସ୍ଵେଚ୍ଛାସେବୀ ରତିକାନ୍ତ ପଧାନ ଏବଂ ଡିଲେଶ୍ୱର ନାଏକ ଏବଂ ଜାମୁଟପାଲିର ହେଲପିଂ ହେଣ୍ଡ୍ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ମାନଙ୍କ ମିଳିତ ଆନୁକୁଲ୍ୟରେ ଗାଇସିଲେଟ ଥାନାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗାଇସିଲେଟର ପୋଲିସ କର୍ମଚାରୀ ମାନେ, ନେହେରୁ ଯୁବ କେନ୍ଦ୍ର ବରଗଡ଼ର ସ୍ବେଛସେବୀ ମାନେ, ଜାମୁଟପାଲିର ହେଲପିଂ ହେଣ୍ଡ୍ ୟୁଥ୍ କ୍ଲବର ସଭାପତି ରତିକାନ୍ତ ପାଧନ, ସମ୍ପାଦକ ରଞ୍ଜନ ପଧାନ, ମଧୁ ବରିହା, କାଳିଆ ସାହୁ, ମନ ବରିହା, ଦୁମନ୍ ବରିହା, ସନ୍ତୋଷ ବରିହା, ସତ୍ୟ ବରିହା ଏମାନେ ସମସ୍ତେ ମିଶି ଥାନା ପରିସର କୁ ସଫା କରିବା ସହିତ ସମାଜ କୁ ସ୍ୱଚ୍ଛ ରହିବା ପାଇଁ ଏକ ବାର୍ତ୍ତା ଦେଇଛନ୍ତି ଏବଂ ସମସ୍ତ ନାଗରିକ ଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.