ବରଗଡ :- ଆଜି ବରଗଡ଼ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ଶ୍ରୀ ସୁବ୍ରତ ଛାଟୋଇ ଓ ସମ୍ମାନୀତ ଅତିଥି ଭାବେ ଛାତ୍ର ଡିଜିଟାଲ ସଂଯୋଜକ ଶ୍ରୀ ସୁଜିତ ପାଲଟାସିଂ ଯୋଗଦେଇ ଡିଜିଟାଲ ମାଧ୍ୟମରେ କିପରି ଆମ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ତରକୁ ବାର୍ତ୍ତା ପହଞ୍ଚି ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଦେବେଶ ଆଚାର୍ଯ୍ୟ,ବିଧାୟିକା ଶ୍ରୀମତି ରୀତା ସାହୁ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ଯୁବ ନେତା ଶ୍ରୀ ଭୋଜରାଜ ସିଂ ବରିହା ଏବଂ ଅନେକ ମାନ୍ୟଗଣ୍ୟ ଅତିଥିଗଣ ଯୋଗ ଦେଇ ଯୁବ ଓ ଛାତ୍ର ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପରିଚାଳନା କରିଥିବା ବେଳେ , ଜିଲ୍ଲା ଛାତ୍ର ସଭାପତି କରନ ସିକନ୍ଦର ମଞ୍ଚ ସଞ୍ଚାଳନ କରିଥିଲେ । ଶେଷରେ ଜିଲ୍ଲା ଯୁବ ଜନତା ଦଳର IT କୋଡିନେଟର / ଡିଜିଟାଲ ସେକ୍ରେଟାରୀ ଶ୍ରୀ ସୁରେଶ ବାଗ ଓ ଛାତ୍ର ଜନତା ଦଳର ଡିଜିଟାଲ ସେକ୍ରେଟାରୀ ଭୂପତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.