ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଯାଇଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୋଷାଣୀ ବ୍ଲକ ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ତଥା ଗଜପତି ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଏ. ଜୟମହନ ରାଓ , ପାରଳାଖେମୁଣ୍ଡି ପୈରପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅଭିମନ୍ୟୁ ପଣ୍ଡା , ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା , ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ମଞ୍ଚସ୍ଥ ଥିବା ବେଳେ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ଏବଂ ଏନ୍ ଏ ସି , ପୌରାଞ୍ଚଳର ସମସ୍ତ ସଭ୍ୟସଭ୍ୟା ମାନେ ଯଥାକ୍ରମେ ସମୀର ମହାରଣା , ଅବଦୁଲ ଅଜିମ , ବିବେକ ଶବର , ମାସିୟ ମାଳି , ଜୀର୍ମୀୟ ରାଇତ , ଆବୁସଲିମ ରାଇତ , ଶଙ୍କର ଗୌଡ଼ , ମୁନା ମହାରଣା , ରାଜା ପାତ୍ର , ରିଂକୁ ଲିମା , ଗବିରିଏଲ ଲିମା , ପ୍ରସାଦ ରାଓ , ପ୍ରବୀନ କୁମାର , ରଂଜିତ କୁମାର , ହେମନ୍ତ ମଣ୍ଡଳ , ଗାଳୀୟ ଭୂୟାଁ , କିମନ ରାଇତ , ତପନ ବିଶାଳ , ନଳିନୀ ଦଳାଇ ଓ ସମସ୍ତ ଯୁବ କର୍ମୀ ଉପସ୍ଥିତ ରହି ଥିବା ବେଳେ ସେମାନଙ୍କୁ ଆଜିର ବୈଠକର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶୁକ୍ରବାର ଦିନ ପୂର୍ବାହ୍ନ ସମୟରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଅପରାହ୍ନରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ଵାରା ସମ୍ପାଦନା କରାଯାଇଥିଲା ।

Leave A Reply

Your email address will not be published.