ବୁଗୁଡା/ ଡକ୍ଟର କୁମୁଦ ଚନ୍ଦ୍ର ବେହେରା : ଜାତୀୟ ଆଇନ ସେବା ପ୍ରାଧିକରଣ ପରାମର୍ଶ କ୍ରମେ ଅକ୍ଟୋବର ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ଆଇନ ସଚେତନତା କାର୍ଯ୍ୟକ୍ରମ ପାଳନ ଉପଲକ୍ଷେ ତାଲୁକା ସ୍ତରୀୟ ଆଇନ ସଚେତନତା ଶିବିର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ର ବୁଗୁଡା ସଭା ଗୃହରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଅଧ୍ୟକ୍ଷ, ଅଧିବକ୍ତା ସୁଶାନ୍ତ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ତାଲୁକା ସ୍ତରୀୟ ଆଇନ ସଚେତନତା ଶିବିରରେ ଅଧିବକ୍ତା ସାଇ ସନ୍ତୋଷିନୀ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅଧିବକ୍ତା ବିଭୁ ପ୍ରସାଦ ନାୟକ ଯୋଗ ଦେଇ ଶିଶୁ ଶ୍ରମିକ, ଯୌତୁକ ନିର୍ଯ୍ୟାତନା, ଆଦିବାସୀ ଓ ହରିଜନ ନିର୍ଯ୍ୟାତନା, ବରିଷ୍ଠ ନାଗରିକ ଆଇନ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ବିଷୟର ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଅଧିବକ୍ତା ଶ୍ରୀ ସେଠୀ ଆଇନ ସଚେତନତା ଶିବିରର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ। ସ୍ବେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ର ଡ଼ାଇରେକ୍ଟର ଡକ୍ଟର କୁମୁଦ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.