ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଚାରପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆଇନ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଇନ ସହାୟତା ଶିବିରରେ ପଦ୍ମପୁର ତାଲୁକା ଆଇନ ସେବା ପ୍ରାଧିକରଣ ସମିତିର ଶାନ୍ତନୁ ତ୍ରିପାଠୀ, ଆଶିଷ ମିଶ୍ର, ସୁଶାନ୍ତ କୁମାର ରଥ ଉପସ୍ଥିତ ଥାଇ ଲୋକମାନଙ୍କ ପାଖରେ ଆଇନ ସହାୟତା କିପରି ପହଞ୍ଚି ପାରିବ, ଗରିବ ଲୋକମାନେ ମାଗଣାରେ ଆଇନ ସହାୟତା ପାଇପାରିବେ, ଆପୋଷ ମିଳାମିଶା ଇତ୍ୟାଦି ଜିନିଷ ଲୋକ ମାନଙ୍କୁ ବୁଝାଇ ସଚେତନ କରାଇଥିଲେ । ଗ୍ରାମର ଅନେକ ମହିଳା ପୁରୁଷ ଏଥିରେ ଉପସ୍ଥିତ ଥିଲେ । ଏବିଇଓ ସାଧୁଚରଣ ଭୋଇ ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପିଏଲଭି ମାନଙ୍କ ମଧ୍ୟରୁ ପ୍ରସନ୍ନ ମହାନନ୍ଦ, ଶଶି ଦାସ, ମିନିକେତନ ମେହେର, ଅନନ୍ତ ସାହୁ, ରମେଶ ଜାଲ, ସୂର୍ଯ୍ୟକାନ୍ତ ମହାନ୍ତି ଓ କିରାଣି ସିପୁନ ପାଣିଗ୍ରାହୀ, କିର୍ତ୍ତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.