ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ୱିନର୍ ବ୍ରାଇଟ୍ ଫ୍ୟୁଚର ସ୍କୁଲ ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଆଖପାଖ ଅଞ୍ଚଳ ରୁ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପାଇଁ ଶତାଧିକ ପୁରୁଷ,ମହିଳା,ଶିଶୁ ମାନଙ୍କ ସୁଅ ଛୁଟିଥିଲା l ଏହି କାର୍ଯ୍ୟକ୍ରମ ରେ ସୁନାମଧନ୍ୟ ଡାକ୍ତର ନିଶାନ୍ତ ଦେବତାଙ୍କ ସହ ତାଙ୍କ ସହକର୍ମୀ ମାନେ ଆସି ମାଗଣାରେ ମଧୁମେହ, ରକ୍ତଚାପ ଏବଂ ଅନ୍ୟାନ୍ୟ ରୋଗର ନିରୁପଣ ପାଇଁ ମାଗଣାରେ ପରୀକ୍ଷା ନିରୀକ୍ଷା କଲାପରେ ଡ଼ାକ୍ତର ନିଶାନ୍ତ ରୋଗୀ ଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଔଷଧ ପ୍ରଦାନ କରିଥିଲେ l ଅମୀୟ ପୁରୋହିତ, ସରୋଜ ପ୍ରଧାନ ତଥା ସ୍କୁଲ ଚ୍ୟାରମେନ ଶ୍ରୀକାନ୍ତ ମିଶ୍ର ଙ୍କ ତତ୍ବାବଧାନରେରେ ବେଶ ସୁରୁଖୁରୁରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିବାବେଳେ,ନୀଳାଚଳ ଦରୁଆନ, ନିଳୀମା ରାଓ,ତ୍ରିଜା କେରକେଟା, କୁମୁଦିନୀ ବାରିକ,ବବିତା ସାହୁ,ଅକ୍ଷୟ ବୁଦ୍ଧିଆ ପ୍ରମୁଖ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ l ସ୍ୱାସ୍ଥ୍ୟ ହିଁ ସମ୍ପଦ,ଏହାକୁ ଆୟୁଧ କରି ଆମ ଅନୁଷ୍ଠାନ ତରଫରୁ ଆଗକୁ ଅନେକ ଜନହିତକର କାର୍ଯ୍ୟକ୍ରମ ମାନ କରାଯିବ ବୋଲି ଏହାର ସଫଳ ଫାଇଦା ନେବାକୁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ସ୍କୁଲ ଚେୟାରମ୍ୟାନ ଶ୍ରୀକାନ୍ତ ମିଶ୍ର lଏହି ମାଗଣା ସ୍ବାସ୍ଥ୍ୟ ଶିବିର ରେ ସମୁଦାୟ ୧୮୦ ଜଣ ଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା l
Sign in
Sign in
Recover your password.
A password will be e-mailed to you.
Next Post