ହିଲଟପ ମହାବିଦ୍ୟାଳୟରେ କ୍କଷ୍ଟର ସ୍ତରୀୟ କ୍ୟାମ୍ପ ଉଦଘାଟନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ ମହାବିଦ୍ୟା ଳୟରେ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ କ୍ୟାମ୍ପ ଉଦଘାଟନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା ଯୁବ ରେଡକ୍ରମ କ୍ୟାମ୍ପକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ , ସମ୍ମାନୀତ ଅତିଥି ଜୁନିୟର ରେଡକ୍ରସ ଅଧିକାରୀ ଅଧ୍ୟାପକ ଲକ୍ଷ୍ମଣ ସ୍ୱାଇଁ , ଗଜପତି ଯୁବ ରେଡକ୍ରସ ସଂଯୋଜକ ଅଧ୍ଯାପକ ପ୍ରଦୀପ୍ତ ଷଢ଼ଙ୍ଗୀ , +୨ ଅଧ୍ୟକ୍ଷ ସୀମାଞ୍ଚଳ ସାହୁ , ଅଧ୍ଯାପକ ଭଗବାନ ବିଷୋୟୀ , ଡ. ସନ୍ୟାସି ବେହେରାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ୩ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଶେଷରେ ଯୁବ ରେଡକ୍ରସର ପରାମର୍ଶଦାତା ଶିବ ଶଙ୍କର ଶୁକବିନ୍ଦର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.