ଶପଥ ନେବା ପୂର୍ବରୁ ବୈଜୟନ୍ତଙ୍କ ମାର୍ଗଦର୍ଶନ ଲୋଡ଼ିଲେ ସୋନୋଓ୍ବାଲ

0 1

ଭୁବନେଶ୍ବର/ନୂଆଦିଲ୍ଲୀ:  ଆଜି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏହା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି। ଏଥିସହ ଶପଥ ଗ୍ରହଣ ପୂର୍ବରୁ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଶ୍ରୀଯୁକ୍ତ ସୋନୋଓ୍ବାଲ ପରିବହନ ଭବନଠାରେ ସାକ୍ଷାତ କରିଥିଲେ ଓ ଶ୍ରୀଯୁକ୍ତ ପଣ୍ଡା ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
ଗତବର୍ଷ ନଭେମ୍ବରରେ ବିଜେପି ବୈଜୟନ୍ତଙ୍କୁ ଆସାମ ପ୍ରଭାରୀ ଦାୟିତ୍ୱ ଦେଇଥିଲା। ଗତ ମାର୍ଚ୍ଚରେ ଆସାମରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ସମର୍ଥନ ପାଇ ବାଜିମାତ କରିଥିଲା। ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ବିଜେପିର ପ୍ରମୁଖ ନେତୃତ୍ବ ସାର୍ବଜନୀନ ଭାବେ ବୈଜୟନ୍ତଙ୍କ ପ୍ରଶଂସା କରିଛନ୍ତି। ଏପରିକି ସେ ଆସାମର ବିକାଶ ଦିଗରେ ସବୁବେଳେ ମାର୍ଗଦର୍ଶନ କରୁଥାନ୍ତୁ ବୋଲି ସୋନୋଓ୍ବାଲ ଏକ ସାର୍ବଜନୀନ ସଭାରେ କହିଥିଲେ। ସେହିପରି ଆଜି ଶପଥ ଗ୍ରହଣ ପୂର୍ବରୁ ସେ ବୈଜୟନ୍ତଙ୍କ ପରାମର୍ଶ ଗ୍ରହଣ କରିଛନ୍ତି। ଏହା ଆସାମ ସାଙ୍ଗକୁ ଓଡ଼ିଶାର ବିକାଶକୁ ପ୍ରଭାବିତ କରିବ ବୋଲି ରାଜନୈତିକ ସମୀକ୍ଷକ ତଥା ବୈଜୟନ୍ତଙ୍କ ପ୍ରଶଂସକ ମଧ୍ୟରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.