ପଦ୍ମପୁର(ଶାସକପ୍ରଶାସକ)-ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟି ର ଏକ ପ୍ରତିନିଧିଦଳ କୋଭିଡ ଟୀକା କରଣ ସୁବିଧା ପାଇଁ ଚାରପାଳି ପଞ୍ଚାୟତ ରେ ଏକ କ୍ୟାମ୍ପ ତଥା ଜନ ସଚେତନତା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ପଦ୍ମପୁର ଉପଖଣ୍ଡ ର ବହୁ ଅଞ୍ଚଳ ରେ ବର୍ତ୍ତମାନ ଯାଏଁ ସ୍ୱାସ୍ଥ୍ୟ ସେବା କୁ ନେଇ ଲୋକଙ୍କର ଧାରଣା ଏବଂ ସଚେତନତା ସେତିକି ସ୍ଵଛଳ ନଥିବା ବେଳେ ବର୍ତ୍ତମାନ ର କୋଭିଡ ମହାମାରୀ ପ୍ରତି ଲୋକଙ୍କ ମନରେ ଭୟ ଘର କରିଯାଇଛି। ଅନ୍ୟ ପଟେ ବହୁ ଲୋକ ସେତିକି ଶିକ୍ଷିତ ନଥିବାରୁ କୋଭିଡ ମହାମାରୀ ପାଇଁ ଚାଲି ଥିବା ଟୀକା କରଣ ବିଷୟରେ ବର୍ତ୍ତମାନ ସୁଦ୍ଧା ଭୟ ଓ ଭ୍ରାନ୍ତ ଧାରଣା ଯୋଗୁ ଟୀକା ନେଉ ନଥିବା ବେଳେ କିଛି ଲୋକେ ବୟସ ହୋଇଯିବାରୁ ଟୀକା କରଣ କେନ୍ଦ୍ର କୁ ଆସି ଟୀକା ନେବାରେ ଅସମର୍ଥ। ସେହି ପରି ପଦ୍ମପୁର ଅଞ୍ଚଳ ର ଚାରପାଳି ପଞ୍ଚାୟତ ମଧ୍ୟ ଭାଲୁକନା, ଚାରପାଲି, ହଲକାଦାଦର, ଲମ୍ବରଜୁନା, ନଗେନମାଲ, ସିଂହୀମୁଣ୍ଡା, କେନ୍ଦୁମୁଣ୍ଡା, ମହନପାଲି, ଖେମେଡ଼ଖେର ପରି ବହୁ ପଛୁଆ ତଥା ଆବିକଶିତ ଗ୍ରାମ ମାନଙ୍କୁ ନେଇ ଗଠିତ ଯାହାର ପ୍ରାୟ ଜଣ ସଂଖ୍ୟା ପାଖାପାଖି ଚାରି ହଜାର ଥିବା ବେଳେ ଏଠାକାର ପ୍ରାୟ ଲୋକ ଚାଷବାସ ଓ ଦିନ ମଜୁରୀ କରି ନିଜର ଜୀବନ ଯାପନ କରିଥାନ୍ତି। ତେଣୁ ଟୀକା କେନ୍ଦ୍ର କୁ ଆସି ଟୀକା ନେବା ରୁ ସେମାନେ ଅସମର୍ଥ ଥିବା ବେଳେ ଅଞ୍ଚଳ ର ପ୍ରାୟ ୬୦% ପ୍ରତିଶତ ରୁ ଉର୍ଦ୍ଧ୍ବ ଜନସାଧରଣ ବୟସ୍କ ଓ ୫୮ ବର୍ଷ ରୁ ଉର୍ଦ୍ଧ୍ବ ର । ଏଣୁ ଏହି ଅଞ୍ଚଳ ରେ ଟୀକା କରଣ ପାଇଁ ଏକ କ୍ୟାମ୍ପ ବା ଶିବିର ର ଆୟୋଜନ କରାଗଲେ ଏହି ପଞ୍ଚାୟତ ର ବହୁ ଅଧିବାସୀ ମାନେ ଉପକୃତ ହେବା ସହ ଟୀକା ନେଇ ପାରିବେ ବୋଲି ଦାବି ପତ୍ର ମାଧ୍ୟମରେ ଦାବି ଜଣାଇଥିଲେ ବିଜେପି ଦଳ। ଏହି ସମୟରେ ବରିକେଲ ମଣ୍ଡଳ ସଭାପତି ଶୋକିଲାଲ ସାହା, ରାଜବୋଡ଼ାସମ୍ବର ବ୍ଲକ୍ ସାଂସଦ ପ୍ରତିନିଧି ଶ୍ରୀକାନ୍ତ ପାଣିଗ୍ରାହୀ, ସମିତି ସଭ୍ୟା ସରସ୍ଵତୀ ସାହୁ, ଡଃ ନାରାୟଣ ପୁରୋହିତ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ କୁନାଲ ପାଣିଗ୍ରାହୀ, ଯୁବମୋର୍ଚ୍ଚା ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା,ମଣ୍ଟୁ ପାଣ୍ଡେ,ରାଜିବ ବୁଦ୍ଧିଆ, ନରହରି ପାଣ୍ଡେ, ଅଶୋକ ସାହୁ, ଦିନେଶ ବାରିକ,ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ଦେଇଥିବା ବେଳେ ପଦ୍ମପୁର ଉପଖଣ୍ଡ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଗୀତା ପିୟୁସ ସିନ୍ଧୁ ମିଶ୍ର ଦାବି ପତ୍ର ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.