କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା

0 2

” କ୍ଷମତା ଖେଳରେ ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କରନ୍ତୁ ନାହିଁ।”

Hybrid physical hearing of cases | Lawyers not consulted, says Supreme Court  Bar Association - The Hindu

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ସୁପର ସ୍ପେସିଆଲିଟି (NEET SS) ପରୀକ୍ଷା 2021 ର ଢାଂଚାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ସମାଲୋଚନା କରିଛନ୍ତି | ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଅକ୍ଟୋବର ୪ ତାରିଖ ସୁଦ୍ଧା ମତ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ |
ଏହା ଜେନେରାଲ ମେଡ଼ିସିନ ଡାକ୍ତରମାନଙ୍କୁ କେବଳ ସୁହାଇବା ଉଦ୍ଦେଶ୍ୟ ରଖି ହଠାତ୍ ପରିବର୍ତ୍ତନ କରାଯାଇଛି ବୋଲି ଅଭିଯୋଗ କରି 41 ଜଣ ପିଜି ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟ ଏହା କହିଛନ୍ତି |୨୦୧୮ରେ ଅନୁଷ୍ଠିତ ପରୀକ୍ଷାରେ 40 ପ୍ରତିଶତ ଜେନେରାଲ ମେଡ଼ିସିନରୁ ଓ ୬୦ ପ୍ରତିଶତ ସୁପର ସ୍ପେସିଆଲିଟିରୁ ପ୍ରଶ୍ନ ଆସିଥିଲା | ହେଲେ ଏଥର କିନ୍ତୁ ସମସ୍ତ ପ୍ରଶ୍ନ ଜେନେରାଲ ମେଡ଼ିସିନରୁ ଯେବେ ବୋଲି ନିଷ୍ପତ୍ତି ନିଆଯାଇଛି, ଯାହାକି କେବଳ ଜେନେରାଲ ମେଡ଼ିସିନ ଡାକ୍ତରମାନଙ୍କୁ ସୁହାଇବା ବୋଲି ସେମାନେ ଅଭିଯୋଗ କରିଛନ୍ତି |
ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍  ବି.ଭି ନାଗରାଥନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ପରୀକ୍ଷା ସିଲାବସ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ହଡବଡ଼ି ବା ବ୍ୟଗ୍ରତାକୁ ବେଞ୍ଚ ପ୍ରଶ୍ନ କରିଛନ୍ତି |
“କ୍ଷମତା ଖେଳରେ ଏହି ଯୁବ ଡାକ୍ତରମାନଙ୍କୁ ଫୁଟବଲ୍ ଭଳି ବ୍ୟବହାର କର ନାହିଁ …..ଆମେ ଏହି ଡାକ୍ତରମାନଙ୍କୁ ଅଣସମ୍ବେଦନଶୀଳ ଅମଲାତନ୍ତ୍ରଙ୍କ ଦୟାରେ ରଖି ପାରିବୁ ନାହିଁ … ଆପଣଙ୍କ ଘରକୁ ସଜାଡନ୍ତୁ … କେବଳ କାହାର କ୍ଷମତା ଅଛି ବୋଲି କୌଣସି ପ୍ରକାରେ କ୍ଷମତାକୁ ଏପରି ବ୍ୟବହାର କରିପାରିବେ ନାହିଁ ବୋଲି ଜଷ୍ଟିସ ନାଗରଥନା କହିଛନ୍ତି।

Leave A Reply

Your email address will not be published.