ସମ ଆଲଟିମେଟ ମେଡ଼ିକେୟାର ରେ ଫାର୍ମାସିଷ୍ଟ ଦିବସ ପାଳିତ

0 2

ଭୁବନେଶ୍ୱର: ସମ ଆଲଟିମେଟ ମେଡିକେୟାର ରେ ଶନିବାର ଦିନ ବିଶ୍ୱ ଫାର୍ମାସି ଦିବସ ପାଳିତ ହୋଇଯାଇଛି |

ଏହି ଅବସରରେ ହସ୍ପିଟାଲର ସିଇଓ ଡ଼ଃ ଶ୍ୱେତପଦ୍ମା ଦାଶ, ଚିଫ ଅଫ ମେଡିକାଲ ସର୍ଭିସେସ ଡ଼ଃ (ବ୍ରିଗେଡିଆର) ବିରାଜ ମୋହନ ମିଶ୍ର, ଫ।ର୍ମାସୀ ବିଭାଗ ମୁଖ୍ୟ ଶ୍ରୀ ଶୁଭ୍ରକାନ୍ତ ନାୟକ, କ୍ଲିନିକାଲ ଫ।ର୍ମାକୋଲୋଜି ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ‘ଫାର୍ମାସିଷ୍ଟ —ଅଲୱେଜଟ୍ରଷ୍ଟେଡ଼ଫରୟୋର ହେଲଥ’ ପ୍ରସଂଗ କୁ ନେଇ ହସ୍ପିଟାଲ ପକ୍ଷରୁ ସେପ୍ଟେମ୍ବର ୧୮ ତାରିଖରୁ ଆୟୋଜିତ ଫ।ର୍ମାସୀ ସପ୍ତାହ -୨୦୨୧ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ବିଭାଗର ବିଭିନ୍ନ ସଦସ୍ୟ ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା |
ଏହି ଅବସରରେ ଏକ ସ୍ୱତନ୍ତ୍ର କେକ ମଧ୍ୟ କଟା ଯାଇଥିଲା |

ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ ଗାଇଡ଼ଲାଇନ ପାଳନ କରି ଏହି କାର୍ଯ୍ୟକ୍ରମ କରାଯାଇଥିଲା |

Leave A Reply

Your email address will not be published.