ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆଜି ପଦ୍ମପୁର ସହର ତଥା ଅଞ୍ଚଳକୁ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନକୁ ପଦ୍ମପୁର କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି । ଆଜି ଭେଉଁରିଆ ଛକଠାରେ ରାଜବୋଡାସମ୍ବର କୄଷକ ସଂଗଠନର ସଦସ୍ୟ ମାନେ ସକାଳୁ ଧାରଣା ଦେବା ସହ କୄଷି ବିଲ ବିରୋଧରେ ବିଭିନ୍ନ ନାରାବାଜୀ କରୁଛନ୍ତି । ଏହି ବନ୍ଦ ପାଳନ ସମୟରେ କୄଷକ ସଂଗଠନର ଆବାହକ ଅଶୋକ ସାହୁ, ଦହିତ ସାହୁ,ବିଶ୍ବନାଥ ରଣା,କୈଳାସ ବାରିକ,ଚିତ୍ତରଞ୍ଜନ ପାଣ୍ଡେ,ମୁକ୍ତେଶ୍ଵର ପଟେଲ, ଆଇନଜୀବୀ ଅଜିତ ଶତପଥି, ଆଇନଜୀବୀ ଗୌନ୍ତିଆ କୁମାର ସାହୁ ତଥା ଅନ୍ୟାନ୍ୟ କଂଗ୍ରେସ କର୍ମୀ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post