ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ତାତ୍ପର୍ଯ୍ୟ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ଯେ ଛାତ୍ର ଜୀବନର ଉତ୍କୃଷ୍ଟ ସମୟକୁ ତ୍ୟାଗ ଓ ସେବା ମନୋଭାବରେ ଉତ୍ସର୍ଗ କରିବା ଆବଶ୍ୟକ।
ସ୍ବେଚ୍ଛାସେବୀ ମାନେ ସମାଜ ପ୍ରତି ସଚେତନତା ହେବା ସହ ସମାଜରୁ ଅନ୍ଧ ବିଶ୍ୱାସ , କୁସଂସ୍କାର ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଆବଶ୍ୟକ।
ସେହିଭଳି ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ ନିଜ ଅଭିଭାଷଣରେ କହିଥିଲେ ଯେ ୧୯୬୯ ମସିହା ସେପ୍ଟେମ୍ବର ମାସ ୨୪ ତାରିଖରୁ ସାରା ଦେଶରେ ଏହି ଜାତୀୟ ସେବା ଯୋଜନା (NSS) ଦିବସକୁ ଗୁରୁତ୍ୱର ସହ ସମସ୍ତ ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାଳନ କରାଯାଉଛି। ଏହା ଛଡା ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷାଲାଭ ବ୍ୟତୀତ ସାମୂହିକ ବିକାଶ ଦିଗରେ ମଧ୍ୟ ଆଗଭର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ ।
ଶେଷରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଡ଼.ରୀନା ସାହୁ ପୁରସ୍କୃତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ କୁମାର ପାତ୍ର ଏବଂ ଏଲ୍. ଅଶୋକ ପରିଚାଳନା କରିଥିଲେ।

Leave A Reply

Your email address will not be published.