ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଅପରେସନ ବୃତିଗତ ଉତ୍କର୍ଷ ପାଇଁ ଏସ୍ ସି ଦେ ମେମୋରିଆଲ ଟ୍ରଫି ବିଜେତା

0

ଭୁବନେଶ୍ୱର: ଏଏମ୍/ଏନ୍ଏସ୍ ଇଣ୍ଡିଆର ୪ ଜଣିଆ ଟେକ୍ଏଲିଟ୍ ଟିମ୍ (ସବିତା କୁମାରୀ ରାଉତ, ଶିବକୃଷ୍ନା ଗୋଲାଗାନି, ହରିପ୍ରସାଦ ଏବଂ ରାଜଶ୍ରୀ ସିହ୍ନା) ୨୦୨୧ ଅଗଷ୍ଟ ୨୮ ଏବଂ ୨୯ ତାରିଖରେ ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ଟିକ୍ୟୁଏମ୍ ଗ୍ଲୋବାଲ ସମ୍ମିଟ୍ ସମ୍ମିଳନୀରେ ଅଂଶଗ୍ରହଣ କରି ଗ୍ରୀନ ବଲ ଡିଫର ମେସିନକୁ ହ୍ରାସ କରି ଲୁହାପଥର ପେଲେଟର ଗୁଣବତ୍ତାକୁ କିପରି ଉନ୍ନତ କରାଯିବ ତାହା ଉପରେ ଆଲୋଚନା କରିଥିଲେ ।
ଏହି ପରିପେକ୍ଷୀରେ ଏଏମ୍/ଏନ୍ଏସ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶ କହିଛନ୍ତି, “ଆମ ଦଳ ପକ୍ଷରୁ ଲୁହାପଥର ପେଲେଟ ଉପରେ କରାଯାଇଥିବା ଗବେଷଣା ଗ୍ଲୋବାଲ ସମ୍ମିଳନୀରେ ପ୍ରଶଂସାର ପାତ୍ର ହୋଇଥିବାରୁ ଏହା ଆମ ପାଇଁ ପ୍ରକୃତରେ ଗର୍ବର ବିଷୟ ।”
ଏହି କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର ଟେକ୍ନୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା ଯେଉଁଠାରେ ଇଣ୍ଡିଆର କ୍ୱାଲିଟି ସର୍କଲ୍ ଫୋରମ ସହ ଆୟୋଜକ ଥିଲା । ଏହି କାର୍ଯ୍ୟକ୍ରମକୁ ଡେମିଂ ପ୍ରାଇଜ କମିଟି, ଜେୟୁଏସ୍ଇ (ଜାପାନୀ ବୈଜ୍ଞାନକି ଏବଂ ଇଞ୍ଜିନିୟର ସଂଘ)ର ପରିଚାଳନା ନିଦେ୍ର୍ଧଶକ ତଥା ସାଧାରଣ ସମ୍ପାଦକ ନୋରିହୀକୋ ନାକାଜିମା ଉଦଘାଟନ କରିଥିଲେ । ଟିକ୍ୟୁଏମ୍ ଗ୍ଲୋବାଲ ସମ୍ମିଳନୀରେ ବାଂଲାଦେଶ ଡାଫୋଡିଲ ଫାମିଲିର ସିଇଓ/ ଆମେରିକୀୟ ଆକ୍ସେଲ୍ ମ୍ୟାନୁଫାକ୍ଚରିଂ କମ୍ପାନୀ, ଅରୋପୋଲ ଏଫ୍ଓଏସ୍ଏମ୍ଆଇର ମୁଖ୍ୟମାନେ ଯୋଗଦେଇଥିଲେ ।
ୟୁନର୍ଭିସିଟି ଏବଂ ଇନଷ୍ଟିଟୁ୍ୟସନ୍ସ ତଥା; କୁଇନ୍ସ ୟୁନିଭର୍ସିଟି , ଆର୍ୟଲ୍ୟାଣ୍ଡ, ଅଷ୍ଟନ ବିଜନେସ୍ ସ୍କୁଲ, ୟୁକେ, ହେରିଅଟ୍-ୱାଟ୍ ୟୁନିର୍ଭସିଟି, ଏଡିନବର୍ଗ, ସିଏନ୍ଆର୍ଏସ୍ ଇନଷ୍ଟିଟୁ୍ୟଟ, ଲେଅନ୍, ଫ୍ରାନ୍ସ, ଆଇଆଇଟି ଖଡଗପୁର, ଇଣ୍ଡିଆ, ୟୁନର୍ଭିସିଟି ଅଫ୍ ମେରିଲ୍ୟାଣ୍ଡ, ବାଲ୍ଟିମୋର, ୟୁଏସ୍ଏ, ମେଡିକାଲ କଲେଜ ଅଫ୍ ଜିଓରଜିଆ, ୟୁଏସ୍ଏ, ଇଲିନୋଇସ୍ ଟେକ୍ ୟୁନିର୍ଭସିଟି ଏବଂ ଟେକ୍ନୋ ଇଣ୍ଡିଆ ୟୁନିଭର୍ସିଟି ଏହି ଦୁଇଦିନିଆ ଟିକ୍ୟୁଏମ୍ ଗ୍ଲୋବାଲ ସମ୍ମିଟରେ ଅଂଶଗ୍ରହଣ କରିଥିଲେ ।

 

Leave A Reply

Your email address will not be published.