ଜଗଦଲପୁର ପୋଲିସ ଜବତ କଲା ଗଞ୍ଜେଇ

0

୨୬କି.ଗ୍ରା୫୦୦ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ।

ଝାରବନ୍ଧ-ମନୋହର ଦାଶ -ବରଗଡ଼ ଏସ.ପି ରାହୁଲ ଜୈନ ,ପଦ୍ମପୁର ଡି.ଏସ.ପି ବିଭୁତି ଭୂଷଣ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଜଗଦଲପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜଗଦଲପୁର ର ପ୍ରମୁଖ ଛକ ମାନଙ୍କରେ ଛକି ରହି ଜଣେ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରିବା ସହ ତା ନିକଟ ରୁ ୨୬କି.ଗ୍ରା୫୦୦ ଗ୍ରାମ ର ଗଞ୍ଜେଇ ଓ ୬୦୦ଟଙ୍କା ଜବତ ହୋଇଛି।  ଜବତ ଗଞ୍ଜେଇ ର ମୂଲ୍ୟ ଲକ୍ଷାଧିକ ଟଙ୍କା ରୁ ଅଧିକ ହେବ ବୋଲି ଜଣାପଡିଛି।ତେବେ ଗିରଫ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟ ରାୟଗଡ ଜିଲ୍ଲା କୋଟୱାଲି ଥାନା ଅଞ୍ଚଳର ଶମ୍ଭୁ ଜୋଲେ(୨୪)ପିତା ସମାରୁ ଜୋଲେ ସେ ଏକ ବାଇକ ସୁପର ସ୍ପେଲେଣ୍ଡର CG13AE6944 ରେ ଗଞ୍ଜେଇ ଆଣୁଥିଲା।ଏହାକୁ ସେ ଛତିଶଗଡ଼ ରାଜ୍ୟ କୁ ନେଇ ବିକ୍ରି କରିଥାନ୍ତା ବୋଲି ଜଗଦଲପୁର ଥାନାଧିକାରୀ ବିରବର ଭଗତ ଙ୍କ ଠାରେ ସ୍ୱୀକାର କରିଛି।ଆଜି କୋର୍ଟ ଚାଲାଣ କରାଯାଇଥିବା ଜଗଦଲପୁର ଥାନାଧିକାରୀ ଶ୍ରୀଭଗତ କହିଛନ୍ତି।  ସୂଚନାଯୋଗ୍ୟ , ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ପୋଲିସ ହାତରେ ବାରମ୍ବାର ନିଶା ବେପାରୀ ଧରାପଡିବାରେ ଲାଗିଛନ୍ତି | 

Leave A Reply

Your email address will not be published.