ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଘୁ.ଉଦୟଗିରି ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ଵୃକ୍ଷ ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଜନ୍ମେଜୟ ସାହୁ, ଆଡ଼ସିନାଲ ତହସିଲଦାର ମାନସ ରଞ୍ଜନ ମଲିକ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ,ଏନଏସି ଯନ୍ତ୍ରୀ ସଶ୍ମିତା ବେହେରା, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ସାମ୍ବାଦିକ ପ୍ରଶନ୍ନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନୀଲ କୁମାର ଦଳବେହେରା ଏବଂ ଅଵସରପ୍ରାପ୍ତ ସେନା କର୍ମଚାରୀ କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ I ଏହି ସମୟରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ଅଂଚଳର ବିକାଶ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ I ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକ ଏବଂ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି I ଆଗାମୀ ଦିନରେ ଏହି ପରି ଭାବରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ମତବ୍ୟକ୍ତ କରାଯାଇଛି I ଏହା ସହ ମାନବ ସମାଜର ସୁରକ୍ଷା ପାଇଁ ବୃକ୍ଷ ରୋପଣ ସକାଶେ ସ୍ଥାନୀୟ ତହସିଲଦାର, ନିର୍ବାହୀ ଅଧିକାରୀ ଏବଂ ସାମ୍ବାଦିକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି I ସୂଚନା ଥାଉ କି ବିଗତ ଦିନରେ ମଧ୍ୟ ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଵୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି I
Sign in
Sign in
Recover your password.
A password will be e-mailed to you.