ଭଦ୍ରକ ବ୍ଲକ(ସୀତାକାନ୍ତ ପାଢ଼ୀ):-ଆଜି ଭଦ୍ରକ ବସଷ୍ଟାଣ୍ଡ ସିଣ୍ଡିକେଟ ରେ ବିଶ୍ୱ କ୍ରର୍ମା ପୂଜା ମାଲିକ ମାନେ ନିଡ଼ାମ୍ୱର ଭାବରେ କୋଭିଡ କଟକଣା ନିୟମ ମାନି ପୂଜା ଅର୍ଚ୍ଚନା କରିଛନ୍ତି । ଗତ ଦୁଇ ବର୍ଷ ହେବ ମହାମାରି କରୋନା ସଂକ୍ରମଣ ପାଇଁ ଖାଲି ମୂର୍ତ୍ତି ପୂଜା କରାଯାଇଛି । ଚଳିତ ବର୍ଷ ମଧ୍ୟ ପ୍ରାୟ ୪୦ ଜଣ ମାଲିକ କୋଭିଡ଼ କଟକଣା ମଧ୍ୟ ରେ ପାଳନ କରି ଏହି ବିଶ୍ୱକର୍ମା ପୂଜା କରିଛନ୍ତି । ସଭାପତି ଅବଦୁଲ ରଫଙ୍କ ମୃତ୍ୟୁ ପରେ ଉପସଭାପତି ଗଗନ ବିହାରି ରାଉତ ଦାୟିତ୍ଵ ତୁଲାଇଛନ୍ତି। ଯୁଗ୍ମ ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର,ଶ୍ୟାମସୁନ୍ଦର ନାୟକ, ସହ ସମ୍ପାଦକ ପ୍ରଫୁଲ କର,କୋଷାଧ୍ୟକ୍ଷ ଦିଲିପୀ ମହାନାୟକଙ୍କ ସହଯୋଗରେ ଆଜି ଅନ୍ୟ ମାନଙ୍କ ଭିତରେ ସେକ୍ ଇଲିଆସ,ଦୁର୍ଗାପ୍ରସାଦ ପାଳକ , ଅମିୟ ମହାନ୍ତି , ପର୍ଶୁରାମ ପାଢି , ସେକ ରାଜୁ ,ସେକ ସାହିନସା , ରାମ ଦାସ , ସୋମନାଥ ସାହୁ, ଅଭୟ ପାଢ଼ୀ, ଦୀପକ ନାୟକ , ମିଲିଟନ ଲାହା ,ବିଶ୍ଵଜିତ ସାହୁ , ରବି ପଣ୍ଡା , ତାପସ ପଣ୍ଡା , କୁନା ପରିଡ଼ା , ସେକ୍ ରିଙ୍କୁ, ସେକ ଲାଲୁ , ନିର୍ମଳ କର ଉପସ୍ଥିତ ଥିଲେ । ଦିର୍ଘ ୪୦ ବର୍ଷ ଧରି ଏହି ଅନୁଷ୍ଠାନରେ ଧୁମଧାମରେ ଭଦ୍ରକ ବନ୍ତ ଛକ ନିକଟରେ ପାଳିତ ହୋଇଥାଏ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ | କିନ୍ତୁ କରୋନା ପାଇଁ ତାହା ସବୁ ବନ୍ଦ ହେଇଯାଇଛି ବୋଲି ସଭାପତି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.