ସ୍ଵର୍ଗତ ବାସୁଦେବ ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

0 1

ବୋଲଗଡ଼ରୁ ପଞ୍ଚାନନ ସ୍ଵାଇଁ : ବୋଲଗଡ଼ ନନ୍ଦୀଘୋଷ ଭବନଠାରେ ସ୍ଵର୍ଗତ ବାସୁଦେବ ପଟ୍ଟନାୟକଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସଂସଦ  ଭର୍ଭୁହରି ମହତାବ, ବରିଷ୍ଠ କଂଗ୍ରେସ ନେତା ଆର୍ୟା କୁମାର ଜ୍ଞାନେନ୍ଦ୍ର ଉପସଭାପତି ହରିବନ୍ଧୁ ସାହୁ, ସାଧାରଣ ସମ୍ପାଦକ ଗୁଣନିଧି ହୋତା , କୋଷାଧ୍ୟକ୍ଷ ପ୍ରାଣକୃଷ୍ଣ ବେହେରା, ସଭ୍ୟ ରବିନ୍ଦ୍ର କୁମାର ପରିଡା, ଶାନ୍ତିଲତା ମହାପାତ୍ର, ସନାତନ ପାଟଶାଣୀ ଓ ବାଲ୍ମିକ ବଳିୟାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଉପସ୍ଥିତ ବକ୍ତାମାନେ ବାସୁବାବୁଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ | ବାସୁବାବୁ ବ୍ୟାଙ୍କର ଜଣେ ମ୍ୟାନେଜର ରହି ଏକାଧାରରେ ଜଣେ ମେଳାପି, ସମାଜସେବି. ପରୋପକାରୀ, ସଂଗଠକ , ସାହିତ୍ୟାନୁରାଗୀ ଓ ଜଣେ ସୁପାଠକ ମଧ୍ୟ ଥିଲେ । ତାଙ୍କ ଵିୟୋଗରେ ବୋଲଗଡମାଟି ଏକ ସୁଯୋଗ୍ୟ ସନ୍ତାନକୁ ହରାଇଛି । ସେ ନଦିଘୋଷର ପ୍ରତିଷ୍ଠାତା ବୈଦ୍ୟନାଥ ମିଶ୍ରଙ୍କ ସହିତ ସାମିଲ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ | ଏଥିରେ ତାଙ୍କ ପୁତ୍ର କନ୍ୟା ଓ ସପରିବାର ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ୧୮.୦୮.୧୯୪୯ରେ ଜନ୍ମ ହୋଇ ୨୮.୦୮.୨୦୨୦ ରେ ତିରୋଧାନ ହୋଇଥିଲେ।

Leave A Reply

Your email address will not be published.