ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ହିନ୍ଦୀ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କଇଁପୁର ସ୍ଥିତ ପିୟୁପିଏସ: ସ୍କୁଲ ଠାରେ କେନ୍ଦ୍ରର ଦାରୁବ୍ରହ୍ମ ୟୁଥକ୍ଲବ ଓ ଶ୍ରୀ ଲୋକନାଥେଶ୍ବର ଯୁବକ ସଙ୍ଘ ସହଯୋଗରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି ।
ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ସିଆରସି ତଥା ଶିକ୍ଷକ ଶ୍ରୀ କୁଶ ଭୂୟାଁ ଯୋଗଦେଇ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହି ଏହି ରାଷ୍ଟ୍ରୀୟ ଭାଷାକୁ ଆମେ କିଭଳି ଅଧିକରୁ ଅଧିକ ଲେଖିବା , ପଢିବା ଓ ବୁଝି ଜାଣିବା ସେ ସମ୍ପର୍କରେ ଉପସ୍ଥିତ ପିଲା ମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ବ୍ଲକ ନେହେରୁ ଯୁବକେନ୍ଦ୍ରର ଶ୍ରୀ ଅଜିତ କୁମାର ଦଳପତି ଏବଂ ଶ୍ରୀ ଦେବାଶିଷ ପାଇକ ପ୍ରମୁଖ ଆୟୋଜନ ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.