ଡେଲାଙ୍ଗ ଥାନାରେ ଏସ.ପି. ବିଶାଲ ସିଂଙ୍କ ପ୍ରାକନିର୍ବାଚନୀ ସମୀକ୍ଷା

0

ପୁରୀ(ଅନିମେଷ ପଟ୍ଟନାୟକ ): ଏସ.ପି. ଡକ୍ଟର କେ. ବିଶାଲ ସିଂ ବୁଧବାର ଡେଲାଙ୍ଗ ଥାନା ପରିଦର୍ଶନ କରି ପ୍ରାକନିର୍ବାଚନୀ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପିପିଲି ଏସ.ଡି.ପି.ଓ., ଡେଲାଙ୍ଗ ତହସିଲଦାର, ବି.ଡି.ଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ ଷ୍ଟାଫ୍ ଉପସ୍ଥିତ ଥିଲେ । ଏସ. ପି. ଶ୍ରୀ ସିଂ ଡେଲାଙ୍ଗ ଥାନା ଅଂଚଳରେ ଥିବା ୧୨୯ ଟି ବୁଥରୁ ୪୫ ଟି ସମ୍ବେଦନଶୀଳ ବୁଥକୁ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡେଲାଙ୍ଗ ଥାନା ଅଂଚଳକୁ ଜଣେ ଅତିରିକ୍ତ ଏସ୍.ପିଙ୍କ ତତ୍ତ୍ଵାବଧାନରେ ୧୨ ଟି ପାଟ୍ରୋଲିଂ ପାର୍ଟି,୨ ଜଣ ଡି. ଏସ୍. ପି, ୫ ଜଣ ଇନ୍ସପେକ୍ଟର, ୪ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି । ଡ଼େଲାଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ଚେକ ପଏଣ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଉଛି । ଶେଷରେ ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ର ସହିତ କରିବା ନିମନ୍ତେ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ସିଂ।

Leave A Reply

Your email address will not be published.