ଭୂମି ପୂଜନର ଛଅ ମାସ ପରେ ମଧ୍ୟ ଆରମ୍ଭ ହୋଇନାହିଁ ନିର୍ମାଣ କାମ ।

0

କଲର୍ଭଟ ନ ହେଲେ ପଂଚାୟତ ନିର୍ବାଚନ ବର୍ଜନ ପାଇଁ ଚେତାବନୀ ।

ପଦ୍ମପୁର(ଶାସକପ୍ରଶାସକ)-ବର୍ଷା ଯୋଗୁଁ ପଦ୍ମପୁର ରାଜବୋଡାସମ୍ବର ବ୍ଲକ ବଇଦପାଲି ନୂଆପାଲି ରାସ୍ତାରେ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଯାନବାହାନ ଯାତାୟତ ବନ୍ଦ ରହିଛି। ପ୍ରକାଶ ଥାଉକି ୨୦୧୧ ବନ୍ୟା ଯୋଗୁଁ କଲଭଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି।ଏ ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ,ବିଡ଼ିଓ ଗାଁ କୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଶୀଘ୍ର ବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବ୍ରିଜ ବାବଦକୁ ୩୦ଲକ୍ଷ ଟଙ୍କା ମଞ୍ଜୁର ହେଇଥିବା ବ୍ଳକ ଚେୟାରମେନ କୁମରମଣି ନାଏକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଛମାସରୁ ଉର୍ଦ୍ଧ୍ବ ହେବ କଲଭଟ କାମ ପାଇଁ ଭୂମି ପୂଜନ ହୋଇ ସାରିଛି ହେଲେ କାମ ଆରମ୍ଭ ହୋଇ ନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନ ଆଗରୁ କାମ ଆରମ୍ଭ ନହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.