ଇମ୍ଫାରେ ବୃହତ ଶିଳ୍ପ ସହ କ୍ଷୁଦ୍ର ଶିଳ୍ପର ସଂଯୋଗ ଓ ସମନ୍ୱୟ ସମ୍ମିଳନୀ ।

0 1

ରାୟଗଡ଼ା (ସରୋଜ କୁମାର ସାହୁ) : ରାୟଗଡ ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ସମ୍ମିଳନୀ କକ୍ଷରେ ଆଂଚଳିକ ଶିଳ୍ପ କେନ୍ଦ୍ର ରାୟଗଡ ତରଫରୁ ଏକ କ୍ଷୁଦ୍ର, ମଧ୍ୟମ, ବୃହତ ଶିଳ୍ପ ସ୍ତରୀୟ ସଂଯୋଗ ଓ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ରାୟଗଡ ଓ ତାର ଆଖପାଖ ଅଂଚଳରେ ଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗି ମାନେ ଅଂଶଗ୍ରହଣ କରିଥିଲେ । ଏହି ସମ୍ମଳନୀକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାୟଗଡ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ମଂଚ ଉପରକୁ ସ୍ୱାଗତ କରିଥିଲେ । ଆଂଚଳିକ ଶିଳ୍ପ କେନ୍ଦ୍ରର ମହା ପ୍ରବନ୍ଧକ ଶ୍ରୀ ବିକାଶ ଚନ୍ଦ୍ର ବାଇନ ଉକ୍ତ ସମ୍ମିଳନୀକୁ ସଂଯୋଜନା କରିବା ସହ ବୃହତ ଶିଳ୍ପ ଓ କ୍ଷୁଦ୍ର ଶିଳ୍ପ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଆମେ ସଦା ସର୍ବଦା ଅଙ୍ଗିକାରବଦ୍ଧ ବୋଲି ପ୍ରକାଶ କରିଥିଲେ ।
ଏହି ସମ୍ମିଳନୀରେ ମୁଖ୍ୟଅତିଥି ଜିଲ୍ଲାପାଳ ତଥା ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀ ମିଶ୍ର ନିଜ ଉଦବୋଧନରେ ପାରସ୍ପରିକ ସାହାଯ୍ୟ ଓ ସହଯୋଗ କରି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକର ଉନ୍ନତି ହେଲେ ଲୋକକଂର ମୁଣ୍ଡପିଛା ଆୟ ବଢିବା ସହିତ ବେରୋଜଗାରୀ ଦୁର ହୋଇ ପାରିବ, ଯାହାକି ଆଜିର ଯୁବ ଶକ୍ତି ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ । ଏହି ସମ୍ମିଳନୀର ସହ ଅଧ୍ୟକ୍ଷ ତଥା ଇମ୍ଫାର ଉପ ସଭାପତି (ଉପ୍ତାଦନ) ଶ୍ରୀ କେ ଭେକଂଟେଶ୍ବର ରାଓ କହିଥିଲେ ଯେ କ୍ଷୁଦ୍ର ଶିଳ୍ପର ପ୍ରତିନିଧି ମାନେ ସମୟାନୁକ୍ରମେ କାରଖାନାକୁ ଆସି ବୃହତ ଶିଳ୍ପର ଚାହିଦା ଏବଂ ଗୁଣାତ୍ମକ ବିଷୟରେ ବୁଝା ବୁଝି କରି ସମନ୍ୱୟ ରକ୍ଷା କରିପାରିଲେ ସମସ୍ତଙ୍କ ଉନ୍ନତି ହେବ | ଇମ୍ଫା ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମଧ୍ୟ ଶ୍ରୀ ରାଓ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଶ୍ରୀ ଏ ଗୋବିନ୍ଦ ରାଓ ଓ ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଧିରେନ୍ଦ୍ର ବିହାରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନକଂ ମଧ୍ୟରେ ଆଚଂଳିକ ଶିଳ୍ପ କେନ୍ଦ୍ରର ଶ୍ରୀ ସୌମିତ୍ର ପଟ୍ଟନାଏକ ଏବଂ ଶ୍ରୀ ଶିବଲାଲ୍ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ । ଉପ ମହାପ୍ରବନ୍ଧକ ( ବ୍ୟବସାୟିକ) ଶ୍ରୀ ବିଭୁତି ଭୁଷଣ ପଟ୍ଟନାଏକ ଇମ୍ଫାର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଇମ୍ଫାର ଉପ ମହା ପ୍ରବନ୍ଧକ ( ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ କଲ୍ଲୋଳ କୁମାର ନାୟକଙ୍କ ତତ୍ବାବଧାନରେ ଏହିକାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିଶେଷରେ ଶିଳ୍ପ ସଂପ୍ରସାରଣ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.