ପଦ୍ମପୁର(ଶାସକପ୍ରଶାସକ)-ହିନ୍ଦୀ ଦିବସ ଅବସରରେ ଡକ୍ଟର ଛବିଳ କୁମାର ମେହେର ହିନ୍ଦୀ ଭାଷା ସାହିତ୍ୟକୁ ତାଙ୍କ ବିଶେଷ ଅବଦାନ ସକାଶେ ଭାରତ ସରକାରଙ୍କଠାରୁ ସମ୍ମାନଜନକ ‘ରାଜଭାଷା ଗୌରବ ପୁରସ୍କାର’ ସକାଶେ ଯୋଗ୍ୟ ବିବେଚିତ ହୋଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି ।
ସରକାରୀ ଭାଷା ବିଭାଗ, ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ୧୪ ସେପ୍ଟେମ୍ବରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଭବ୍ୟ ହିନ୍ଦୀ ଦିବସ ସମାରୋହ କାର୍ୟ୍ୟକ୍ରମରେ ସାଗର ସ୍ଥିତ ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟର ହିନ୍ଦୀ ଅଧିକାରୀ ଡକ୍ଟର ଛବିଳ କୁମାର ମେହେର କେନ୍ଦ୍ର ଗୃହ ଓ ସହଯୋଗ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ଏହି ଅନନ୍ୟ ‘କେନ୍ଦ୍ର ରାଜଭାଷା ଗୌରବ ପୁରସ୍କାର’ (ପ୍ରଥମ ପୁରସ୍କାର) ଅଖିଳ ଭାରତୀୟ ସ୍ତରରେ ଡକ୍ଟର ମେହେରଙ୍କୁ ତାଙ୍କର ବହୁଚର୍ଚ୍ଚିତ ସମାଲୋଚନା କୃତି ‘ଭାଷା-ପ୍ରଯୁକ୍ତି ଏବଂ ଅନୁବାଦ’ ଗ୍ରନ୍ଥ ପାଇଁ ପ୍ରଦାନ କରାଯାଇଛି।ଗୌରବର ବିଷୟ, ୨୦୧୯-୨୦ ବର୍ଷର ପ୍ରଥମ ପୁରସ୍କାର ପାଇଁ ଡକ୍ଟର ମେହେରଙ୍କୁ ଏକ ଲକ୍ଷ ଟଙ୍କା ଓ ଫଳକ ସହ ଶ୍ରୀଫଳ ଏବଂ ଉପାୟନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ହିନ୍ଦୀ ଭାଷା ତଥା ସାହିତ୍ୟ କ୍ଷେତ୍ରରେ ମୂଳତଃ ଓଡିଆ ଭାଷାଭାଷୀ ଡକ୍ଟର ମେହେରଙ୍କୁ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହା ପୂର୍ବରୁ ଭାରତ ସରକାରଙ୍କ କେନ୍ଦ୍ରୀୟ ହିନ୍ଦୀ ନିର୍ଦ୍ଦେଶାଳୟ ଦ୍ବାରା ପ୍ରାୟୋଜିତ ‘ଅଣ-ହିନ୍ଦୀ ଭାଷା ହିନ୍ଦୀ ଲେଖକ ପୁରସ୍କାର’ (ଏକ ଲକ୍ଷ ଟଙ୍କା) ସଂସ୍କୃତି ବିଭାଗ, ଭୋପାଳ,ମଧ୍ୟପ୍ରଦେଶ ତରଫରୁ ହିନ୍ଦୀ ଭାଷା-ହିନ୍ଦୀ ସେବା ସମ୍ମାନ ‘(ଏକ ଲକ୍ଷ ଟଙ୍କା) ଏବଂ’ ଅଣ-ହିନ୍ଦୀ ଭାଷା: ହିନ୍ଦୀ ସେବା ସମ୍ମାନ ରେ ଭୂଷିତ କରାଯାଇଛି । ଡକ୍ଟର ମେହେରଙ୍କର ଏହି ସଫଳତା ସକାଶେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେ ଡି ଆହି, ରେଜିଷ୍ଟ୍ରାର ଶ୍ରୀ ସନ୍ତୋଷ ସୋହଗୌରା,ଶିକ୍ଷକ ତଥା ପ୍ରଶାସନିକ ଅଧିକାରୀ, କର୍ମଚାରୀ ଏବଂ ବିଜେପୁର ବ୍ଲକ ଅଂଚଳ ର ମେହେର (ଭୁଲିଆ ) ସଂଗଠନ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.