ଲକ୍ଷ ଲକ୍ଷ ଟଙ୍କା ଖତ ଖାଉଛି, କେହି ବୋପାମା ନାହାନ୍ତି

0

ଗୋଦାମ ଘରେ ନଷ୍ଟ ହେଉଛି, ବ୍ଲକ ବାଲାଙ୍କୁ ଜଣାନାହିଁ କାହାର 

ବୌଦ୍ଧ, (ସିମୁନ ନାଏକ

ବୌଦ୍ଧ ଜିଲା କଂଟାମାଳ ବ୍ଲକ ଗୋଦାମ ଗୃହରେ ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର ପଡ଼ି ରହି ଖତ ଖାଉଛି । ଦିର୍ଘ ବର୍ଷ ଧରି ଏସବୁ  ଗୋଦାମରେ ପଡ଼ି ରହିଥିବାବେଳେ ଏସବୁ କେଉଁଠୁ ଆସିଲା, କିଏ ଆଣିଲା , କୌଉଥି ପାଇଁ ଆସିଲା ବ୍ଲକରେ ଏ ବାବଦରେ କୌଣସି ତଥ୍ୟ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ, ୧୯୯୨-୯୩ ଆର୍ଥିକ ବର୍ଷରେ ତକ୍ରାଳିନ ବିଡ଼ିଓ  ଜି ବି ପ୍ରଧାନ ଇନ୍ଦୀରା ଆବାସ ହିତାଧିକାରୀଙ୍କୁ  ଦେବା ପାଇଁ ଏ ସବୁ ଟିଣ ଚାଦର ଆଣିଥିଲେ । ହେଲେ ହିତାଧିକାରୀଙ୍କୁ ଦେବା ବଦଳରେ ଏପର୍ଯ୍ୟନ୍ତ ଗୋଦାମ ଗୃହରେ ପଡ଼ି ରହିଛି । ସେହି ଦିନ ଠାରୁ ଏହି ବ୍ଲକରେ ଆଜି ପର୍ଯ୍ୟନ୍ତ ୧୬ ଜଣ ବିଡ଼ିଓ ଦାଇତ୍ୱ ବହନ  କରିସାରିଲେଣି ହେଲେ କୌଣସି ବି  ବିଡ଼ିଓ କେବେ ଜାଣିବାକୁ ଚାହିଁ ନାହାନ୍ତି ଯେ, ଏସବୁ ଟିଣ ଚାଦର କାହିଁକି ଏଠାରେ ପଡ଼ି ରହିଛି । ଏପରି କି ଏ ସମ୍ବନ୍ଧିୟ କୌଣସି ଫାଇଲ ବ୍ଲକରେ ନ ଥିବା ଜଣା ପଡ଼ିଛି । ବ୍ଲକ କତୃପକ୍ଷଙ୍କୁ ପଚାରିଲେ କହୁଛନ୍ତି ଯେ,ଏହି ଚାଦର ସମ୍ବନ୍ଧିୟ କାଗଜ କାଳେ ହଜିଯାଇଥିବାରୁ ଆମେ କିଛି ଜାଣି ପାରୁ ନାହୁଁ । କେବଳ ଏହି ଚାଦର ଦୀର୍ଘ ଦିନରୁ ଏହି ଗୋଦାମ ଗୃହରେ ପଡ଼ି ରହିଥିବାର ସେମାନେ ଜାଣିଛନ୍ତି ହେଲେ ଏ ବିଷୟରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ତେବେ ବ୍ଲକ ପ୍ରସାଶନିକ କାର୍ଯ୍ୟାଳୟରୁ ଫାଇଲ ହଜିଯାଇଥିବା ଘଟଣା ଯେତିକି ଆଚର୍ଯ୍ୟ ଲାଗୁଛି ତାଠାରୁ ଅଧିକ ସନ୍ଦେହ  ହେଉଛି ତକ୍ରାଳିନ ବିଡ଼ିଓଙ୍କ କାର୍ଯ୍ୟକଳାପକୁ ନେଇ । ତେବେ ସରକାରୀ ଅର୍ଥରେ କିଣାଯାଇଥିବା ଏହି  ଲକ୍ଷ ଳକ୍ଷ ଟଙ୍କାର ଟିଣ ଚାଦର ନଷ୍ଟ  ହୋଇ ଖତ ଖାଉଥିବା ଘଟଣାରେ କାହାକୁ ଦାଇ କରାଯିବ ବୋଲି ସଚେତନ ମହଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅସଲ ରହସ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.