ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର  ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

0

ବାଲେଶ୍ୱର : ଜିଲ୍ଲାପାଳଙ୍କ ଦପ୍ତର ପରିସରକୁ ସ୍ଥାନାନ୍ତରିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟାଳୟକୁ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଆନୁଷ୍ଠାନିକ ଭାବେ  ଉଦ୍ଘାଟନ କରିଛନ୍ତି । ପୂର୍ବରୁ ଏହି ୟୁନିଟ୍ ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପରିସର ଏବଂ ପରବର୍ତ୍ତୀ ସମୟରେ ତାହା ସେଲସ ଟ୍ୟାକ୍ସ କଲୋନୀର ଏକ ଭଡ଼ାଘରେ କାର୍ଯ୍ୟକାରୀ ହେଉଥିଲା । କଲେକ୍ଟୋରେଟ ପରିସରରେ ଥିବା ଏକ ଗୃହକୁ ସମ୍ପୂର୍ଣ୍ଣ ଭାବେ ନବୀକରଣ କରାଯାଇ ତାହାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ହସ୍ତାନ୍ତର କରାଯାଇଛି । ଏହି ନବୀକରଣ ଗୃହ ସମେତ ଶିଶୁ ସୁରକ୍ଷା ସଚେତନତା ରଥକୁ ମଧ୍ୟ ଜିଲ୍ଲାପାଳ ପତାକା ଦେଖାଇ ଆଜି ଶୁଭାରମ୍ଭ କରିଥିଲେ ।  ଶିଶୁ ସୁରକ୍ଷା ରଥ ବାଲେଶ୍ୱର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ପରିକ୍ରମା କରି ଲୋକମାନଙ୍କୁ ଶିଶୁମାନଙ୍କର ଅଧିକାର ଆଇନ୍ ସମ୍ପର୍କରେ ସଚେତନ କରାଇବ । ଶିଶୁମାନଙ୍କର ବଂଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ସହଭାଗିତାର ଅଧିକାର ସମ୍ପର୍କରେ ଯଥେଷ୍ଟ ସଚେତନତା ସୃଷ୍ଟି ଉପରେ ଏହି ରଥ ବେଶ ସହାୟକ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଆଶା ପ୍ରକଟ  କରିଥିଲେ । ବିଶେଷ କରି ବାଲ୍ୟ ବିବାହ, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ତଥା ଯୌନ ଶୋଷଣକୁ ରୋକିବା ଦିଗରେ ଆଇନଗତ ପଦକ୍ଷେପ ନେବାକୁ ସେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଏବଂ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଡେପୁଟି କଲେକ୍ଟର ହରିହର ଜେନା, ବିଶ୍ୱଜିତ ଦାସ, ସଦର ତହସିଲଦାର ରଶ୍ମିରେଖା ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଲୀନା ପାଣିଗ୍ରାହୀ, ସଦସ୍ୟ ଶତ୍ରୁଘ୍ନ ମଲ୍ଲିକ, ପ୍ରିୟରଂଜନ ମହାନ୍ତି, ହରିଶ୍ଚନ୍ଦ୍ର ରାଜ, ଉକ୍ରଳ ବାଳାଶ୍ରମ ଅଧୀକ୍ଷକ ଗଣେଶ ଦାସଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଆଜିର ଏହି ଉଦ୍ଘାଟନୀ ଉତ୍ସବ ଉପସ୍ଥିତ ଥିଲେ ।   

 

Leave A Reply

Your email address will not be published.