ନିୟତି ଭିନ୍ନକ୍ଷମ ଅନୁଷ୍ଠାନ ପରିସରରେ ସ୍ଵାଧୀନତା ଦିବସ ପାଳତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଣିପେଣ୍ଠ ସ୍ଥିତ “ନିୟତି” ପରିସରରେ ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇସାରିଛି ।ଏହି ଶୁଭ ଅବସରରେ ଗଜପତି ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ହରିମୋହନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପତାକା ଉତୋଳନ କରି ଭିନ୍ନକ୍ଷମ ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିୟତିର କର୍ମଚାରୀ ଶିକ୍ଷକ ଶିକ୍ଷୀକାଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ କହିଥିଲେ।
ମୁଖ୍ୟବକ୍ତା ଭାବେ ଅନୁଶ୍ରୀ ପଟ୍ଟନାୟକ ଯୋଗ ଦେଇ ମାନସିକ ଅନଗ୍ରସର ଏକ ରୋଗ ନୁହେଁ ବରଂ ଏକ ଅବସ୍ଥା ମାତ୍ର।ସ୍ଵାଧୀନ ଭାରତର ଏମାନେ ଆମର ଅମୃତ ସନ୍ତାନ ଏମାନଙ୍କର ସୁରକ୍ଷା , ତାଲିମ୍ , ଶିକ୍ଷା ସରଳ ସାବଲୀଳ ଢଙ୍ଗରେ ଗୀତ ନୃତ୍ୟ ଖେଳ ମାଧ୍ୟମରେ ହେବା ବାଞ୍ଛନୀୟ କହିଥିଲେ।
ସମସ୍ତ କାର୍ଯ୍ୟକ୍ରମରେ ନିୟତିର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା , ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ , ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ଡାକୁଆ , ଶାଶ୍ଵତୀ ବେବର୍ତ୍ତା , ସୁନିତ ଗମାଙ୍ଗ , ସେବିକା ଅନ୍ନପୂର୍ଣ୍ଣା ନାୟକ ପ୍ରଭୃତି ଯୋଗଦାନ କରିଥିଲେ।

Leave A Reply

Your email address will not be published.