ପୁରୀ: ୭୫ ତମ ସ୍ବାଧୀନତା ଦିବସ ପାଳିତ

0

ପୁରୀ/ଅନିମେଶ ପଟ୍ଟନାୟକ : ଜିଲ୍ଲା ସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମ ପଡିଆ ପରିସରରେ ଅନୁଷ୍ଠିତ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ୨୫ ଜଣ କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ପଡିଆ ପରିସରରେ ବୃକ୍ଷରୋପଣ କରିଛନ୍ତି । ଉତ୍କଳ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଛନ୍ତି । ଏହାପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ରେଡକ୍ରସ ସମିତି, ଭାରତ ବିକାଶ ପରିଷଦ ଓ ବଡଶଙ୍ଖ ଯୁବ ସାଂସ୍କୃତିକ ସଂଗଠନ ମିଳିତ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରକୁ ମଧ୍ୟ ମୁଖ୍ୟ ଅତିଥି ଉଦଘାଟନ କରିଛନ୍ତି ।

ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କେ.ବିଶାଲ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ପିଡି ଡିଆରଡିଏ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର,ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଯୋଗଦେଇଥିଲେ ।

Leave A Reply

Your email address will not be published.