ପଦ୍ମପୁର(ଶାସକପ୍ରଶାସକ)- ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଏନଏସି ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର ମୁଖ୍ୟ ଅତିଥି ଭାବରେ ଏବଂ ପ୍ରକୃତି ପ୍ରେମୀ ମିନକେତନ ସାହୁ ଓ ଅଧ୍ୟାପକ ବିରଞ୍ଚି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦେବାଶିଷ ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ନୀଲାମ୍ବର ଦୀପ,ପଦ୍ମପୁର ଏନଏସି ସଭାପତି ରୋହିତ ସେଠ,ପଦ୍ମପୁର ବ୍ଳକ ସଭାପତି ଲୋକନାଥ ମେହେର,ଡିଜିଟାଲ କୋର୍ଡିନେଟର ରାଜେଶ ଲୋହାର ତଥା ଅନ୍ୟାନ୍ୟ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
