ବରଗଡ :- ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ୭୫ତମ ସ୍ଵାଧିନତା ଦିବସ କୋବିଡ଼ କଟକଣା ଭିତରେ ପାଳନ କରାଯାଇଛି । ପଦ୍ମପୁର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଉପଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ସମାରୋହରେ ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କୁ ସମ୍ମର୍ଦ୍ଧିତ କରାଯାଇଥିଲା । ସେହିଭଳି ଆମ୍ବଭନା ବ୍ଲକ ରେ ଆମ୍ବଭନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିଲକୁମାରି ନାୟକ , ସୋହେଲା ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା , ପାଇକମାଲ ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ପାଇକମାଲ ତହସିଲ କାର୍ଯଳୟରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ରେ ଅନୁଷ୍ଠାନ ର ଅଧ୍ୟକ୍ଷା ଶ୍ରୀମତୀ କେ ଟି ରାଉତରାୟ , ପାଇକମାଲ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ପାଇକମାଲ ଥାନାରେ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ଝାରବନ୍ଧ ବ୍ଲକ ଅଫିସ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ତହସିଲ ଅଫିସରେ ତହସିଲଦାର ସୀମା ସବିତା କୁଲୁ , ଥାନାରେ ଥାନା ଅଧିକାରୀ ଶ୍ରୀ ଅନିଲ କୁମାର ପ୍ରଧାନ , ପାଇକମାଲ ଧର୍ମଶାଳା ରେ ଧର୍ମଶାଳା ସଭାପତି ଶ୍ରୀ ଦିଲିପ ଅଗ୍ରୱାଲ , ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମ ରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପାଇକମାଲ ଠାରେ ଆୟୋଜିତ ବ୍ଲକ ସ୍ଥରୀୟ ଦମାରୋହରେ ମୁଖ୍ୟ ଅତିଥି ଶ୍ରୀ ଅଳତାଫ ମହମ୍ମଦ ଓ ଅନ୍ୟାନ୍ୟ ଅତିଥି ମାନଙ୍କର ଉପସ୍ଥିତି ରେ କୋରୋନା ମହାମାରୀ ର ଘଡିସନ୍ଧି ସମୟରେ ନିଜର ଜୀବନକୁ ବାଜି ଲଗେଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେଇଥିବା ଡାକ୍ତର,ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କୋବିଡ଼ କଟକଣା କାରଣରୁ ତାଲି ମାରି ପ୍ରତୀକାତ୍ମକ ଭାବରେ ସମ୍ମାନିତ କରାଯାଇଥିଲା ।