ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ରାସ୍ତାରେ ଟ୍ରକକୁ ଅଟକାଇ ରିକୋଭରି ନାଁରେ ଟ୍ରକ ମାଲିକ ଙ୍କୁ ହଇରାଣ ଓ ଗାଲିଗୁଲଜ କରିବା ଅଭିଯୋଗ ରେ ୨ ଜଣ ଅପରାଧୀ କୁ ଗିରଫ କରିଛି ଜମନକିରା ପୋଲିସ । ଏହି ଅପରାଧୀ ମାନେ ବେଆଇନ ଭାବରେ ଟ୍ରକକୁ ଅଟକାଇ ଟ୍ରକ ମାଲିକ ଙ୍କୁ ରିକୋଭରି ନାଁରେ ଧମକ ଚମକ ଦେଇଥିବା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏନେଇ ଜମନକିରା ପୋଲିସ ରେ ଅଭିଯୋଗ ହେବାପରେ ପୋଲିସ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥର ଛକ ଠାରେ ଟ୍ରକକୁ ଉଦ୍ଧାର କରିବା ସହ ଟ୍ରକ କୁ ମାଲିକ ଙ୍କୁ ହସ୍ତାନ୍ତର କରି ଅପରାଧୀ ଙ୍କୁ ଗିରଫ କରାଯାଇଥିବା ଏସପି ସୁଚନା ଦେଇଛନ୍ତି । ଏହି ଟ୍ରକଟି ଆଇରନ ରଡ ଲୋଡ କରି ଯାଉଥିବା ସମୟରେ ଏକ କାର ରେ ଅଭିଯୁକ୍ତ ମାନେ ଆସି ଟ୍ରକକୁ ରିକୋଭରି ନାଁରେ ଅଟକାଇବା ସହ ଧମକ ଚମକ ଦେଇ ଟ୍ରକକୁ ଅଟକ ରଖିଥିଲେ । ଏହି ଘଟଣାରେ ଜମନକିରା ପୋଲିସ ଅଭିଯୁକ୍ତ ସୁଜିତ ଜାମୁଡାଲିଆ, ବିପ୍ର ପଧାନ କୁ ଗିରଫ କରିବା ସହ ଅଧିକ ତଦନ୍ତ ଯାରି ରଖିଥିବା ଏସପି ସୁଚନା ଦେଇଛନ୍ତି ।