ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ପ୍ରଦାନ ପାଇଁ ସମଲେଇ ପୀଠ ରୁ ଆରମ୍ଭ ହେବ ଦସ୍ତଖତ ଅଭିଯାନ

0

ସମ୍ବଲପୁର /ରମାକାନ୍ତ ବିଶ୍ବାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚିନ୍ତାଧାରା ଓ଼ ତତ୍ୱ ର ବାସ୍ତବ ରୂପ ଦେଶବାସୀ ତଥା ବିଶ୍ୱବାସୀ ଙ୍କ ମନ ଜିଣିବାରେ ସକ୍ଷମ ହୋଇଛି ଏବଂ ତାଙ୍କ ବ୍ୟକ୍ତିତ୍ୱ ର ମହନନୀୟତା, ଭିନ୍ନ ଦୃଷ୍ଟିଭଙ୍ଗୀ ସମଗ୍ର ଦେଶବାସୀ ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି I ଏଣୁ ଏହି ଯୋଗଜନ୍ମା, ବିକାଶ ପୁରୁଷ, ରାଷ୍ଟ୍ର ଜନନାୟକ, ଅଦ୍ୱିତୀୟ ଜନନେତା, ଶ୍ରେଷ୍ଠ ପ୍ରଶାସକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭାରତ ର ସର୍ବଶ୍ରେଷ୍ଠ ସମ୍ମାନ ” ଭାରତ ରତ୍ନ” ଉପାଧି ପ୍ରଦାନ କରାଯିବା ଉଚିତ ହେବ ବୋଲି ସୋସିଆଲ ଆଣ୍ଡ କଲଚରାଲ ଏଡ଼ଭାନ୍ସ ନେଟୱାର୍କ (ସ୍କାନ) ପକ୍ଷରୁ ନିବେଦନ କରାଯାଇଛି I ଏହି ମର୍ମ ରେ “ସ୍କାନ” ପକ୍ଷରୁ ଶନିବାର ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ବିଳନୀ ଡକାଯାଇ ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ପ୍ରଦାନ ନିମନ୍ତେ ଓଡିଶା ର ପ୍ରତି ଘରୁ ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଠାରୁ ମା’ ସମଲେଇ ପୀଠ ରୁ ଆରମ୍ଭ କରାଯିବା ନେଇ ସୂଚନା ଦିଆଯାଇଛି I

“ସ୍କାନ” ର ମୁଖ୍ୟ ଉପଦେଷ୍ଟା ପୂର୍ବତନ ବିଧାୟିକା ଡ଼. ରାସେଶ୍ୱରୀ ପାଣିଗ୍ରାହୀ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ବିଶ୍ୱ ବିଦିତ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଆଜି ଯାଏଁ ଏକ ନିରବଛିନ୍ନ ଅବଧି କାର୍ଯ୍ୟକରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତର ରେ ଉଚ୍ଚ ପ୍ରଶଂସିତ ହୋଇ ଅନେକ କ୍ଷେତ୍ରରେ ସାରା ଦେଶ ତଥା ବିଶ୍ୱ ପାଇଁ ଉଦାହରଣ ପାଲଟିଛନ୍ତି I ଏଣୁ ତାଙ୍କୁ ଏହି ସର୍ବୋଚ୍ଚ ଉପାଧି ପ୍ରଦାନ କରାଯିବା ଯୁକ୍ତିଯୁକ୍ତ ଅଟେ ବୋଲି ସେ ପ୍ରକାଶ କରିଥିଲେ I ଅନୁଷ୍ଠାନ ର ଅଧକ୍ଷ ତଥା ଏହି ଦସ୍ତଖତ ଅଭିଯାନ ର ଆବାହକ ସୁଧାଂଶୁ ଶେଖର ମହାରଣା ସୂଚନା ଦେଇ ଓଡିଶା ର ପ୍ରତିଘରୁ ଦସ୍ତଖତ ଅଭିଯାନ କରାଯିବା ସହ ୧୪୭ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୫ ମହାନଗର ନିଗମ, ୩୪ ମୁନିସିପାଲିଟି, ୬୭ ଏନଏସି ଅଂଚଳ ସହ ୩୧୪ ବ୍ଲକ ର ୫୩, ୮୪୫ ଗ୍ରାମ ପରିକ୍ରମା କରି ପ୍ରାୟ ୧ କୋଟି ଦସ୍ତଖତ ସଂଗ୍ରହ କାରାଯିବ ବୋଲି ପ୍ରକାଶ କରିଥିଲେ I ଏହା ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖ ଦିନ ଶେଷ ହେବାକୁ ଥିବା ବେଳେ ଜାନୁଆରୀ ୨୩ ତାରିଖ ଦିନ ସମସ୍ତ ଦସ୍ତଖତ ପତ୍ର ଗୁଡିକୁ ମହାମହିମ ରାଷ୍ଟ୍ରପତି ଙ୍କୁ ପ୍ରଦାନ କାରାଯାଇ ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ଉପାଧି ପ୍ରଦାନ କରାଯାଉ ବୋଲି ନିବେଦନ କାରାଯିବ ବୋଲି ପ୍ରକାଶ କରିଥିଲେ I ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ର ରାଜ୍ୟ ସଂଯୋଜକ ସରୋଜ ସାହୁ ଦୀର୍ଘ ୫ ମାସ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ର ରୋଡ଼ ମ୍ୟାପ ସମ୍ପର୍କ ରେ ବିସ୍ତୃତ ଭାବେ ଅବଗତ କରାଇଥିଲେ I ଏହି ଅବସରରେ “ସ୍କାନ” ର ଅନ୍ୟତମ ଉପଦେଷ୍ଟା ଗୁରଜୀନ୍ଦର ସିଂ ଡିଙ୍ଗରା, ପାର୍ବତୀ ସେଠ, ସମ୍ପାଦକ କୂଳ ଶେଖର ବାରିକ, ଜ଼ିଲ୍ଲା ସଂଯୋଜକ ହୀରାଲାଲ ବେହେରା, ଆଇନ ପରାମର୍ଶ ଦାତା ପ୍ରଫୁଲ୍ଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.