ପୁରୀ/ଅନିମେଶ ପଟ୍ଟନାୟକ : ଚଳିତ ମାସ ୧୬ ତାରିଖ ପରଠୁ ସ୍ଵର୍ଗଦ୍ଵାରରେ ଜିଲ୍ଲା ବାହାର ଲୋକଙ୍କ ଶବ ସତ୍କାରକୁ ଅନୁମତି । ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରିଛି ଜିଲ୍ଲା ପ୍ରଶାସନ ।
ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣ କୋଭିଡରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ । ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟର ରେ ଦାଖଲ କରିବାକୁ ପଡିବ । ପ୍ରତି ଶବ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ ।
ସୂଚନା ଥାଉକି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି । ସେଥିପାଇଁ ପୂର୍ବ କଟକଣାକୁ ହଟାଇ ନିଆ ଯାଇଛି । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନୀୟମ ଅନୁପାଳନ କଡାକଡି କରାଯାଇଛି । ଉପ- ଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ସେବା ସମିତିର ଆବାହକ ଶ୍ରୀ ଭବତାରଣ ସାହୁଙ୍କୁ ଉକ୍ତ ଆଦେଶର ତଦାରଖ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।