ଆମର ଇତିହାସକୁ ଅବଲୋକନ କରି ଆଗାମୀ ଦିନର ପଥ ପ୍ରସ୍ତୁତ କରିବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

0

“ଦେଖୋ ଅପନା ଦେଶ୍” ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର- ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ସମୟରେ ଆମର ଇତିହାସ, ଆମର ଉପôତି ଏବଂ ପୂର୍ବପୁରୁଷଙ୍କ ବିଚାରଧାରାକୁ ଅବଲୋକନ କରି ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ପଥ ପ୍ରସ୍ତୁତ କରିବାକୁ ପଡିବ ବୋଲି ଶନିବାର “ଦେଖୋ ଅପନା ଦେଶ୍” ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିବିଧତାରେ ପରିପୂର୍ଣ୍ଣ ଭାରତର ସ୍ୱର୍ଣ୍ଣିମ ଇତିହାସ ଏବଂ ଭବିଷ୍ୟତ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି ପର୍ଯ୍ୟଟନ କେବଳ ଉଲ୍ଲାସର ବିଷୟ ନୁହେଁ ବରଂ ଏହା ଶିକ୍ଷାର ବିଷୟ ମଧ୍ୟ । ଆମକୁ ଆମର ପ୍ରାଚୀନ ଇତିହାସ ଏବଂ ଆମର ଉପôତି ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର । ଆମର ସ୍ୱାଧୀନତାର ଲଢେ଼ଇ ୭୫ ବର୍ଷରୁ ଅଧିକ ପୁରୁଣା, ଏଥିପାଇଁ ଆମର ଶିକ୍ଷା ବ୍ୟବସ୍ଥା ଏହି ପରମ୍ପରା ସହ ଜଡ଼ିତ ରହିଛି ଏବଂ ଆଗକୁ ବଢ଼ିବାର ପ୍ରତିବଦ୍ଧତା ରଖିଛି । ବିଶ୍ୱ ଧର୍ମ ସଂସଦକୁ ସମ୍ବୋଧିତ କରିବା ସମୟରେ ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦ ମାତ୍ର ୩୦ ବର୍ଷର ଥିଲେ । ସେହିଭଳି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ ମାତ୍ର ୨୩ ବର୍ଷ ବୟସରେ ଏବଂ ଖୁଦିରାମ ବୋସ ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ଲଢ଼ି ଶହୀଦ ହୋଇଥିଲେ । କ୍ରାନ୍ତି କିମ୍ବା ନବସୃଜନ ପାଇଁ ଯୁବପିଢ଼ିମାନେ ନିଜେ ଆଦର୍ଶ ସ୍ଥାପନ କରି ସମାଜ ଆଗରେ ପଥ ପ୍ରସ୍ତୁତ କରିଛନ୍ତି । ଆମେ ବିଗତ ୭୫ ବର୍ଷରେ ମିଳିଥିବା ଶିକ୍ଷା ଏବଂ ଉପଲବ୍ଧିକୁ ମନେପକାଇ ଆଗାମୀ ୭୫ ବର୍ଷ ପର୍ଯ୍ୟନ୍ତ ମାର୍ଗ ପ୍ରସ୍ତୁତ କରିବା ଦରକାର । ଆଗାମୀ ୨୫ ବର୍ଷରେ ଯେବେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା, ସେ ସମୟରେ ଆଜିର ଯୁବପିଢ଼ି ଭବିଷ୍ୟତର ନେତୃତ୍ୱ ନେବେ । ଆମକୁ ସେହି ଯୁବପିଢ଼ିଙ୍କୁ ଭାରତର ଐତିହ୍ୟ ସହ ଯୋଡ଼ିବା ସହ ଆଧୁନିକ ସମାଜ ପାଇଁ ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଭାରତର ଐତିହ୍ୟ ସହ ଯୁବପିଢ଼ିଙ୍କୁ ଯୋଡ଼ିବା ଏବଂ ଆଗାମୀ ପିଢ଼ିଙ୍କୁ ଅଗଣିତ ସାଧୁ ସନ୍ଥ ଏବଂ ମହାପୁରୁଷଙ୍କ ଅତୁଲ୍ୟ ଯୋଗଦାନ ଉପରେ ଗର୍ବ ଅନୁଭବ କରାଇବା ପାଇଁ “ଦେଖୋ ଅପନା ଦେଶ୍” ଥିମ୍ ଉପରେ ୧୨ ଏପିସୋଡର ଏକ ଶୃଙ୍ଖଳା ପ୍ରସ୍ତୁତ କରାଯିବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.